କେନ୍ଦୁଝରରେ ପିଓକେ ପ୍ରସଙ୍ଗ ଉଠାଇଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ,ପାକିସ୍ତାନ କଥା କହି ଧମକ ଦେଉଛି କଂଗ୍ରେସ ।

85

କନକବ୍ୟୁରୋ:କେନ୍ଦୁଝରରେ ପିଓକେ ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏବେ ପାକ ଅଧିକୃତ କଶ୍ମୀରର ପାଳି ବୋଲି ଚେତାଇ ଦେଇଛନ୍ତି ଶାହା । କହିଛନ୍ତି ପାକିସ୍ତାନ କଥା କହି କଂଗ୍ରେସ ଧମକ ଦେଉଛି । ପାକ୍ ଅଧିକୃତ କଶ୍ମୀର ଭାରତର ଥିଲା ଏବଂ ରହିବ । ପିଓକେକୁ ଭାରତ ଅଧିକାର କରିବ ବୋଲି କହିଛନ୍ତି ଅମିତ ଶାହା । ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ନିହତ କରିଥିବା କଥା ମନେ ପକାଇ ଦେଇଛନ୍ତି ଗୃହମନ୍ତ୍ରୀ ।