ଭାରତର ଧନୀ ନେତାଙ୍କ ମଧ୍ୟରେ କିଏ ରହିଛନ୍ତି ଆଗରେ? ଜାଣନ୍ତୁ ଦେଶର ୫ ଧନୀ ନେତାଙ୍କ ସମ୍ପତ୍ତି

597

କନକ ବ୍ୟୁରୋ: ଭାରତକୁ ବିଶ୍ୱର ଗରୀବ ଦେଶ ମଧ୍ୟରେ ଗଣାଯାଏ । ଜିଡିପି ଦୃଷ୍ଟିରୁ ଦେଶ ୧୯୫ଟି ଦେଶ ମଧ୍ୟରୁ ୧୩୯ ନମ୍ବର ସ୍ଥାନରେ ରହିଛି । ଯାହାକୁ ଭଲ ପରିସ୍ଥିତି ବୋଲି କୁହାଯାଇନପାରେ । ତେବେ ଆମ ଦେଶ ଗରୀବ ହୋଇପାରେ । କିନ୍ତୁ ଦେଶକୁ ଚଳାଉଥିବା ନେତାମାନେ ଧନୀ । ଏମାନଙ୍କ ପାଖରେ ଏତେ ସମ୍ପତି ରହିଛି କି, ଯଦି ଲୋକଙ୍କ ମଧ୍ୟରେ ବଂଟାଯାଏ ତାହେଲେ କେହି ଗରୀବ ରହିବେ ନାହିଁ । ଆପଣ ଭାବୁଛନ୍ତି କି, ନେତାମାନେ ଏମିତି କେତେ ଟଙ୍କା ରୋଜଗାର କରୁଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଦେଶର ୫ ଧନୀ ରାଜନେତାଙ୍କ ଉପରେ..

ଦେଶର ଧନୀ ନେତାଙ୍କ ଲିଷ୍ଟରେ ଉପରେ ରହିଛନ୍ତି ବିଜେପି ନେତା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଧନୀ ନେତାଙ୍କ ତାଲିକା ପ୍ରକାଶ ପାଇଁ ଆର୍ଟିଫିସିଆଲ ଇଟେଂଲିଜେନ୍ସର ସାହାଯ୍ୟ ନିଆଯାଇଥିଲା । ଗୁଗୁଲ ବାର୍ଡକୁ ଭାରତର ସବୁଠାରୁ ଧନୀ ନେତାଙ୍କ ତାଲିକା ବାହାର କରିବାକୁ କୁହାଯାଇ୍ଥିଲା । ଏହି ରିପୋର୍ଟରୁ ଜଣା ପଡ଼ିଛି କି, ମହାରାଷ୍ଟ୍ରର ମଙ୍ଗଲ ପ୍ରଭାତ ଲୋଡ଼ା । ଗୁଗୁଲ ବାର୍ଡର ରିପୋର୍ଟ ଅନୁଯାୟୀ ବିଜେପିର ଏହି ନେତାଙ୍କ ନେଟୱର୍ଥ ରହିଛି ୨୫ ହଜାର ୨ଶହ ଟଙ୍କା । ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିହାରର ମହେନ୍ଦ୍ର ପ୍ରସାଦ । କିଙ୍ଗ ମହେନ୍ଦ୍ର ଭାବେ ସେ ବେଶ ପରିଚିତ । କିନ୍ତୁ ଏବେ ସେ ଆଉ ଦୁନିଆରେ ନାହାନ୍ତି । ଜେଡିୟୁର ଏହି ନେତା ୧୩ ହଜାର ୪ଶହ କୋଟି ଟଙ୍କାର ମାଲିକ ଥିଲେ । ସେହିଭଳି ୧୨ ହଜାର କୋଟି ନେଟସ୍ୱର୍ଥ ସହ ବିଜେପିର ରାଜୀବ ଚନ୍ଦ୍ରଶେଖର ତୃତୀୟ ସ୍ଥାନରେ ରହିଛନ୍ତି । ଦେଶର ଧନୀ ନେତାଙ୍କ ତାଲିକାରେ କଂଗ୍ରେସର ନବୀନ ଜିନ୍ଦଲ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ୧୧ ହଜାର କୋଟି ଟଙ୍କାର ମାଲିକ ଅଟନ୍ତି । ଅନ୍ୟପଟେ ୫ମ ସ୍ଥାନରେ ରହିଛନ୍ତି କଂଗ୍ରେସ ନେତା କୋଣ୍ଡା ବିଶେଶ୍ୱର ରେଡ୍ଡି । ତାଙ୍କ ପାଖରେ ୮୯୫ କୋଟି ଟଙ୍କା ରହିଛି ।

ଏହାସହ ବାର୍ଡ ପକ୍ଷରୁ ଦ୍ୱିତୀୟ ତାଲିକା ମଧ୍ୟ ପ୍ରକାଶ ପାଇଛି । ଯେଉଁଥିରେ ସମାଜବାଦୀ ପାର୍ଟିର ଜୟା ବଚ୍ଚନଙ୍କ ପାଖରେ ହଜାରେ କୋଟି ଟଙ୍କା ଥିବା ପ୍ରକାଶ ପାଇଛି । ସେ ପ୍ରଥମ ସ୍ଥାନରେ ରହିଥିବାବେଳେ କଂଗ୍ରେସର ଅଭିଶେକ ସିଂଘଭି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଭିଶେକଙ୍କ ପାଖରେ ରହିଛି ୮୬୦ କୋଟି ଟଙ୍କା । ତେଲୁଗୁ ଦେଶମ ପାର୍ଟିର ଜୟଦେବ ଗଡ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପାଖରେ ୬୮୩ କୋଟି ଟଙ୍କା ରହିଛି । ଚତୁର୍ଥ ସ୍ଥାନରେ ରହିଛନ୍ତି ଜଗନମୋହନ ରେଡ୍ଡି ଯିଏକି ୬୭୮ କୋଟି ଟଙ୍କାର ମାଲିକ ଅଟନ୍ତି । ଏହାସହ କଂଗ୍ରେସର ସାବିତ୍ରୀ ଜିନ୍ଦଲ ୬୬୦ କୋଟି ଟଙ୍କା ସହ ପଂଚମ ସ୍ଥାନରେ ରହିଛନ୍ତି । ତେବେ ଗୁଗୁଲ ବାର୍ଡ ମଧ୍ୟ ନିଜର କିଛି ଅକ୍ଷମତା ବିଷୟରେ ଉଲ୍ଲେଖ କରିଛି । ଭାରତର ନେତାଙ୍କ ନେଟୱର୍ଥ ବିଷୟରେ ସଠିକ ଭାବେ କହିବା କଷ୍ଟକର । କାରଣ ବିଭିନ୍ନ ସୂତ୍ରରୁ ଆକଳନ ହୋଇଥାଏ । ନିକଟରେ କର୍ଣ୍ଣାଟକ ନିର୍ବାଚନ ଯାଇଥିବାବେଳେ ୪ଜଣ ନେତାଙ୍କ ସମ୍ପତି ୧ହଜାର କୋଟି ଉପରେ ବୋଲି ଦର୍ଶାଇଥିଲେ । ଏହାପରେ ନେତାଙ୍କ ସମ୍ପତି କେତେ ରହିଛି ଏହାକୁ ନେଇ ଏକ ସର୍ଭେ କରାଯାଇଥିବା ସହ ଧନୀ ନେତାଙ୍କ ତାଲିକା ବନାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।