କିଏ ଏହି ତିନି ବ୍ୟକ୍ତି? ବିନା ପାସପୋର୍ଟରେ ସବୁ ଦେଶକୁ କରିପାରନ୍ତି ଯାତ୍ରା

1,945

କନକ ବ୍ୟୁରୋ: ଯେତେବେଳେ ଆମେ ବିଦେଶ ଯାତ୍ରା କରନ୍ତି ସେତେବେଳେ ପାସପୋର୍ଟ ଆଗେ ଦରକାର ହୋଇଥାଏ । ବିନା ପାସପୋର୍ଟରେ କୌଣସି ଦେଶକୁ ଯିବା ଅସମ୍ଭବ । ସେ ଯେତେ ବଡ଼ ଭିଆଇପି ହୁଅନ୍ତୁ କିମ୍ବା ସେଲିବ୍ରେଟୀ । ବିଦେଶ ଯାତ୍ରା ପାଇଁ ସମସ୍ତଙ୍କ ଲାଗି ପାସପୋର୍ଟ ନିହାତି ଦରକାର ହୋଇଥାଏ । କିନ୍ତୁ ବିଶ୍ୱରେ ଏମିତି ତିନିଜଣ ରହିଛନ୍ତି ଯେଉଁମାନେ କି, ଦେଶକୁ ଗଲେ ମଧ୍ୟ ସେମାନଙ୍କର ପାସପୋର୍ଟ ଦରକାର ହୋଇନଥାଏ । ଏହି ତିନି ବ୍ୟକ୍ତିଙ୍କୁ ଏଭଳି ସ୍ୱାଧିନତା ମିଳିଛି କି, ବିଶ୍ୱର ଯେଉଁ ଦେଶକୁ ଗଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ତିନିଜଣ କିଏ ଯାହାଙ୍କର ପାସପୋର୍ଟ ଆବଶ୍ୟକ ହୋଇନଥାଏ ।

ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତି ଅନ୍ୟ ଦେଶକୁ ଯାତ୍ରା କଲେ ପାସପୋର୍ଟ ଆବଶ୍ୟକ ହୋଇଥାଏ । କିନ୍ତୁ ଏହି ତିନି ଜଣ ବ୍ୟକ୍ତି କିଏ? କାହିଁକି ଏମାନଙ୍କୁ ଏମିତି ସ୍ୱାଧିନତା ଦିଆଯାଇଛି । ଏଭଳି ପ୍ରଶ୍ନ ମ୍ସ୍ଙ୍କ ମନରେ ଉଠୁଥିବ ନିଶ୍ଚୟ । ତେବେ ଏହି ତିନିଜଣ ହେଉଛନ୍ତି ବ୍ରିଟେନର ରାଜା, ଜାପାନର ରାଜା ଏବଂ ରାଣୀ । ଏମାନେ ବିଦେଶକୁ ଗଲେ ପାସପୋର୍ଟ ଆବଶ୍ୟକ ହୋଇନଥାଏ । ଯେତେବେଳେ ରାଣୀ ଏଲିଜାବେଥ ରୟାଲ ଫ୍ୟାମିଲର କମାଣ୍ଡ ଥିଲେ ସେତେବେଳେ ତାଙ୍କର ଏହି ଅଧିକାର ଥିଲା । ଏବେ ଚାଲ୍ସ ରାଜା ଅଛନ୍ତି । ଏଣୁ ତାଙ୍କୁ ଏହି ଅଧିକାର

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏମାନଙ୍କର କାହିଁକି ପାସପୋର୍ଟ ଆବଶ୍ୟକ ହୋଇନଥାଏ । କିମ୍ବା କେବଳ ଏହି ଦୁଇ ଦେଶର ରାଜାଙ୍କ ପାଖରେ କାହିଁକି ଏଭଳି ସ୍ୱାଧିନତା ରହିଛି । ଏସବୁ ପ୍ରଶ୍ନର କେବଳ ଗୋଟିଏ ଉତର ହେଉଛି ଏମାନଙ୍କ ପାଖରେ ଡିପ୍ଲୋମେଟ ପାସପୋର୍ଟ ରହିଛି । ଯାହା ବିଦେଶ ଯାତ୍ରା ପାଇଁ ସ୍ୱତନ୍ତ୍ର ମାନ୍ୟତା ଦେଇଛି । ଏପରିକି ବିମାନବନ୍ଦରରେ ସେମାନଙ୍କ ପାଇଁ ସବୁକିଛି ଅଲଗା ରହିଥାଏ । ତେବେ ଏହି ପାସପୋର୍ଟ କେବଳ ବିଶେଷ ବ୍ୟକ୍ତିଙ୍କ ପାଖରେ ରହିଥାଏ । ସେମାନଙ୍କ ପାଇଁ ମଧ୍ୟ କିଛି ପ୍ରୋଟୋକଲ ଅନୁସରଣ କରାଯାଏ । ବ୍ରିଟିସ ରୟାଲ ଫ୍ୟାମିଲର ରାଜାଙ୍କ ବ୍ୟତିତ ଅନ୍ୟ କିଛି ଲୋକଙ୍କ ପାଖରେ ମଧ୍ୟ ରହିଛି । ଯଦି ଆମେ ଭାରତ ବିଷୟରେ କହିବା ତାହେଲେ ସାମ୍ବିଧାନିକ ପଦବୀରେ ଥିବା କିଛିଜଣଙ୍କ ପାଖରେ ଏହି ଡିପ୍ଲୋମାଟ ପାସପୋର୍ଟ ରହିଛି । ଯାହା ମାଧ୍ୟମରେ ସେମାନେ ପ୍ରୋଟକଲ ହିସାବରେ ଯାତ୍ରା କରିପାରିବେ । କିନ୍ତୁ ସେମାନଙ୍କୁ ପାସପୋର୍ଟ ଆବଶ୍ୟକ ହୋଇଥାଏ ।