ଦରବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ମମତା, ଜିଏସଟି ନେଇ କହିଲେ ଏଭଳି କଥା

1,124

କନକ ବ୍ୟୁରୋ : ଦେଶରେ ବଢୁଥିବା ଦରବୃଦ୍ଧିକୁ ନେଇ ପୁଣିଥରେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି କି ଦେଶର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ହୋଇଛି କି ଆଗାମୀ ଦିନରେ ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହୋଇପଡିବ । ଏହାସହ ସେ କହିଛନ୍ତି କି, କେନ୍ଦ୍ର ସରକାର ତୁରନ୍ତ ରାଜ୍ୟମାନେ ପାଇବାକୁ ଥିବା ଜିଏସଟି ବକେୟା ଫେରସ୍ତ କରନ୍ତୁ ବୋଲି ସେ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି କି, ତୈଳ ଓ ଗ୍ୟାସଦର ବୃଦ୍ଧି ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି । କେନ୍ଦ୍ର ସରକାର ଇନ୍ଧନ ମୂଲ୍ୟ ନିୟନ୍ତ୍ରଣ କରିବା ସହ ଅସ୍ଥାୟୀ ଭାବେ ଟୋଲ ଟ୍ୟାକ୍ସ ଆଦାୟ ବନ୍ଦ କରିବାକୁ ସେ କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

କେବଳ ମମତା ବାନାର୍ଜୀ ନୁହଁନ୍ତି ଟିଏମସି ସାଂସଦମାନେ ବି ଦରବୃଦ୍ଧି ବିରୋଧରେ ସ୍ୱର ଉଠାଇଛନ୍ତି । ଏହି କ୍ରମରେ ଏପ୍ରିଲ ୪ ତାରିଖରେ ମମତା କହିଥିଲେ କି ତୈଳ ଓ ଗ୍ୟାସ ଦର ଦ୍ରାସ କରିବା ନେଇ କେନ୍ଦ୍ର ପାଖରେ କୌଣସି ଯୋଜନା ନାହିଁ । ଅତ୍ୟାବାଶକୀୟ ସାମଗ୍ରୀର ଦରବୃଦ୍ଧି ପାଇଁ ବିଜେପି ଦାୟୀ ଓ ଏହା ଉତ୍ତର ପ୍ରଦେଶ ନିର୍ବାଚନ ଜିତିବା ପରେ ଦେଶବାସୀଙ୍କୁୁ ବିଜେପିର ଏହା ଉପହାର ବୋଲି ସେ କହିଛନ୍ତି ।

 

ସେପଟେ ଜାତୀୟ ତଦନ୍ତକାରୀ ଏଜେନ୍ସିକୁ ବିଜେପି ଦୂରୋପଯୋଗ କରୁଥିବା ନେଇ ମମତା ପୁଣିଥରେ କହିଛନ୍ତି । ଦର ବୃଦ୍ଧି ଓ କେନ୍ଦ୍ରୀୟ ଯାଂଚ ଏଜେନ୍ସିର ଅପବ୍ୟବହାର ରୋକିବାକୁ ଏକ ସର୍ବଦଳୀୟ ବୈଠକର ଆବଶ୍ୟକତା ରହିଛି ବୋଲି ମମତା ବାନାର୍ଜୀ କହିଛନ୍ତି ।