ଠକିଦେଲା ଏମସିଏଲ, କ୍ଷତିଗ୍ରସ୍ତଙ୍କୁ ଦେଲାନି ନିଯୁକ୍ତି । ଅଭିନବ ଢଙ୍ଗରେ ବିରୋଧ କଲେ ଗ୍ରାମବାସୀ ।

82

କନକ ବ୍ୟୁରୋ : ନିଯୁକ୍ତି ଦାବିରେ ଅନୁଗୁୁଳୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅଭିନବ ବିରୋଧ କରିଛନ୍ତି ଗ୍ରାମବାସୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା କରି ଭୋଗ ବାଣ୍ଟିଲେ ମହିଳା । କୋଇଲା ଖଣି ପାଇଁ ୨୦୦୬ରୁ ଜମି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିନି ନିଯୁକ୍ତି । ଖୁବଶୀଘ୍ର ସମସ୍ୟା ସମାଧାନ ନ ହେଲେ ବଡ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତିି ଗ୍ରାମବାସୀ ।

ଠକିଦେଲା ଏମସିଏଲ, କ୍ଷତିଗ୍ରସ୍ତଙ୍କୁ ଦେଲାନି ନିଯୁକ୍ତି । ଅଭିନବ ଢଙ୍ଗରେ ବିରୋଧ କଲେ ଗ୍ରାମବାସୀ । ପ୍ରତିଶ୍ରୁତି ଅନୁସାରେ ଏମସିଏଲ କୋଇଲା ଖଣି ପାଇଁ ଜମି ଦେଇଥିବା ପରିବାର ସଦସ୍ୟଙ୍କୁ ଦିଆଯାଉନି ନିଯୁକ୍ତି । ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ବିରୋଧ କଲେ ଗ୍ରାମବାସୀ । ହୁଳହୁଳି ସହ ଶଙ୍ଖ, ଘଂଟା ବଜାଇ ବିରୋଧ କଲେ କ୍ଷତିଗ୍ରସ୍ତ ଲୋକ । ଅନୁଗୁଳ ଜିଲ୍ଲାରେ ଏମସିଏଲର କୋଇଲା ଖଣି ପାଇଁ ଜିଲ୍ଲାର ଛେଳିଆପଡା ଗାଁର କିଛି ଲୋକ ଜମି ଦେଇଥିଲେ । ସେତେବେଳେ ଜମି ଦେଇଥିବା ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପରେ ଏଥିପ୍ରତି ଗୁରୁତ୍ୱ ଦେଉନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ । ନିଯୁକ୍ତି ପାଇଁ ବହୁବାର ଦାବି କରିବା ପରେ ବି କିଛି ସୁଫଳ ନ ମିଳିବାରୁ ଏଭଳି ଢଙ୍ଗରେ ବିରୋଧ କରି କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଗ୍ରାମବାସୀ ।

ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ଏମସିଏଲ ଓପନ କାଷ୍ଟ ପ୍ରକଳ୍ପ ପାଇଁ ୨୦୨୦ରେ ଜମି ଦେଇଥିଲେ ଛେଳିଆପଡା ଗାଁର ୯୫ ପରିବାର । କ୍ଷତିଗ୍ରସ୍ତମାନଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ବିଭିନ୍ନ ବାହାନା ଦେଖାଇ ସମୟ ଗଡାଇ ଚାଲିଛି । ଏଭଳି ସ୍ଥିତିରେ ନିଯୁକ୍ତି ପାଇଁ କଣ କାଗଜପତ୍ର ଆବଶ୍ୟକ ସେସମ୍ପର୍କରେ ଗ୍ରାମ କମିଟିକୁ ଜଣାଇବା ସହ ମାପଦଣ୍ଡ ଅନୁସାରେ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଯଦି ସମସ୍ୟା ସମାଧାନ ନ ହୁଏ ଆଗକୁ ବଡ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଲୋକେ ।