ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସପ୍ତାହବ୍ୟାପୀ ଏଚ୍.ଆଇ.ଭି ସଚେତନତା କାର୍ଯ୍ୟକ୍ରମ। ଲୋକଙ୍କୁ ସଚେତନ କଲେ ସ୍ୱେଚ୍ଛାସେବୀ ।

52

କନକ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ । ବିଶ୍ୱ ଏଡସ ଦିବସ ଅବସରରେ ‘ସମାନତା’ ବିଷୟବସ୍ତୁ ଆଧାରରେ ଏକସପ୍ତାହବ୍ୟାପୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲା। ଜିଲ୍ଲା ସ୍ୱାସ୍ଥ୍ୟବିଭାଗ, ଝାରସୁଗୁଡ଼ା ଓ ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ସହିତ ମିଳିତଭାବରେ ଗୋଷ୍ଠୀ, କର୍ମଚାରୀ ଓ ବ୍ୟବସାୟୀ ଭାଗିଦାରୀଙ୍କ ମଧ୍ୟରେ ଏଡସର ପ୍ରତିକାର ଓ ପରିଚାଳନା ସଂପର୍କରେବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ କରିଥିଲା।

ସଚେତନତା ଅଭିଯାନର ଅଂଶ ସ୍ୱରୂପ ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ପଦଯାତ୍ରା, ସୂଚନା ଅଧିବେଶନ ଓ ପ୍ରଚାରପତ୍ର ମାଧ୍ୟମରେ ଏଚ୍.ଆଇ.ଭି/ଏଡସ ରୋକିବା ଲାଗି ସଚେତନତା ସୃଷ୍ଟି କରାଯାଇଥିଲା।ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ମେଡିକାଲ କର୍ମଚାରୀଙ୍କ ସହ ପ୍ରବିର କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଡ.ଦୋଳାମଣି ପଟେଲ, ମୁଖ୍ୟ ଜିଲ୍ଲା ଚିକିତ୍ସାଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବୁଲୁନାଥ ସାହୁ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ଡ. ଏ.କେ ପଣ୍ଡିତ, ମେଡିକାଲ ଅଫିସର ସମନ୍ୱିତ ପରାମର୍ଶ ପ୍ରଦାନକରି ଚିକିତ୍ସାକେନ୍ଦ୍ର, ଜିଲ୍ଲା ଯୌନ ଓ ଆରଟିଆଇ କ୍ଲିନିକ ଓ ସ୍ୱେଛାସେବୀ ସଂସ୍ଥାର ସଦସ୍ୟମାନେ ବିଭିନ୍ନ ଅଂଚଳ ବୁଲି ଲୋକମାନଙ୍କୁ ସଚେତନ କରାଇଥିଲେ।

ଏହି ଅଭିଯାନ ଜରିଆରେ କଂପାନି ସଂଖାଧିକ ସ୍କୁଲ ଓ କଲେଜର ଛାତ୍ର, ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ ଓ ଝାରସୁଗୁଡ଼ାର ଜେଲର ଅନ୍ତେବାସୀଙ୍କ ନିକଟରେ ପହଁଚିଥିଲା । ଏଥିରେ ୨୯୦୦ସଦସ୍ୟ ଉପକୃତ ହୋଇଥିଲେ।

ଏହି ଅବସରରେ ସୁନୀଲଗୁପ୍ତା, ସିଇଓ-ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତିଯେ- ଏହି ଉଦ୍ଦେଶ୍ୟରେ କାର୍ୟ୍ୟକରୁଥିବା ସରକାରୀ ସଂସ୍ଥା ତଥା ସଂଗଠନ ସହିତ ସହଭାଗୀ ହୋଇ ଉନ୍ନତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଅଭ୍ୟାସ ଉପରେ ଗୋଷ୍ଠୀ ସଚେତନତାକୁ ଆମେ ସର୍ବାଧିକ ଗୁରୁତ୍ୱଦେବାକୁ ଚେଷ୍ଟା କରୁଛୁ। ବର୍ତମାନଏଚ୍.ଆଇ.ଭି /ଏଡସ୍ ଆମପାଇଁ ଆହ୍ୱାନ ଓ ଏହା ବିଶ୍ୱସ୍ତରରେ ଏକଚିନ୍ତାଜନକ ବିଷୟ। ଆମକୁ ଏବିଷୟରେ ସଚେତନହେବାକୁପଡ଼ିବ। ଆମଗୋଷ୍ଠୀର ସାମଗ୍ରିକ ସୁସ୍ଥତାପାଇଁ ଆମେ ପ୍ରତିବଦ୍ଧ ଅଟୁ।

କମ୍ପାନୀର ଏହି ପ୍ରୟାସକୁ ପ୍ରଶଂସା କରି ଓସାକ୍ସର ପ୍ରକଳ୍ପନିର୍ଦ୍ଦେଶକ ଉର୍ମିଳା ମିଶ୍ର, କହିଥିଲେ ଯେ- ଏଚ୍.ଆଇ.ଭି ସଂପର୍କରେ ଜନସଚେତନତା ବୃଦ୍ଧିପାଇଁ ସମାଜର ବିଭିନ୍ନ ମହଲରେ ବେଦାନ୍ତର ଏହି ଅଭିଯାନ ବାସ୍ତବିକ ପ୍ରଶଂସନୀୟ। ସମାଜକୁ ଏଡସରୁ ମୁକ୍ତ କରିବାଲାଗି ବେଦାନ୍ତର ଏହି ପଦକ୍ଷେପ ଦ୍ୱାରା ବହୁଲୋକ ଉପକୃତ ହୋଇପାରିବେ।

ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପ ଅଧିନରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ଦକ୍ଷତାବିକାଶ , ମହିଳା ସଶକ୍ତିକରଣ, ଜଳ ଓ ପରିମଳ, ଗୋଷ୍ଠୀବିକାଶ କାର୍ୟ୍ୟକ୍ରମ ଗୁଡ଼ିକ ଝାରସୁଗୁଡ଼ାର ୭୯ଟିଗ୍ରାମରେ ପ୍ରସାରିତ ଓ ପ୍ରାୟ୧.୭ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହେଉଛନ୍ତି।ଏହା ୩୩୮ଅଧିକ ଏସଏଚଜିର ୪୦୦୦ମହିଳାଙ୍କୁ ସଶକ୍ତ କରାଇପାରିଛି ଓ ସ୍ୱାସ୍ଥ୍ୟ ପଦକ୍ଷେପ ଜରିଆରେ ବର୍ଷକୁ ୩୨୦୦୦ଲୋକ ଉପକୃତ ହେଉଛନ୍ତି। ସେହିପରି ୬୪୦୦ଛାତ୍ରଛାତ୍ରୀ ଶିକ୍ଷାକ୍ଷେତ୍ରରେ ସହାୟତା ପାଉଛନ୍ତି ଓ ଗୋଷ୍ଠୀ ସହାୟତାରେ ସମାଜରେ ବର୍ଷକୁ ପ୍ରାୟ ୧.୪୮ଲକ୍ଷ ବୃକ୍ଷରୋପଣ କରାଯାଇଛି।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହାଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକବର୍ଷ ୨୨ରେ ୨.୨୬ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମର ରାଙ୍କ ଓ ଜୋନ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ରାଙ୍କଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବାସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱଶ୍ରେଣୀୟ ସ୍ମେଲ୍ଟର, ପାୱାରପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ୟ୍ୟ କରୁଛି। ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ଦିଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବାପାଇଁ କମ୍ପାନୀତାର ଲକ୍ଷ୍ୟ ପୂରଣ କରୁଛି।