ପାଣି ପାଇଁ ଲାଗୁଛି ଲମ୍ବା ଧାଡି । ଟ୍ୟାଙ୍କର ପାଲଟିଛି ସାହା ଭରସା, ୬ ଗରା ପାଣିରେ ମେଣ୍ଟୁଛନ୍ତି ପୂରା ପରିବାର ।

50

କନକ ବ୍ୟୁରୋ : ଖରାର ପ୍ରକୋପ ଯେତିକି ବଢ଼ୁଛି ପାନୀୟ ଜଳର ସମସ୍ୟା ତାଠାରୁ ଅଧିକ ବଢ଼ୁଛିି । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଆଠଗଡ଼ ବ୍ଲକ କୁଲାଇଲୋ ପଞ୍ଚାୟତ ତଳଗଡ଼ ଗାଁରୁ ଆସିଛି । ଟୋପେ ପାଣି ପାଇଁ ଲୋକ ହନ୍ତସନ୍ତ ହେଉଛନ୍ତି । ଏବେ ପାଣି ପାଇଁ ଏକ ଟ୍ୟାଙ୍କର ହିଁ ପାଲଟିଛି ଲୋକଙ୍କ ସାହା ଭରଷା ।

ଧାଡ଼ି ଧାଡ଼ି ହୋଇ ଥୁଆ ହୋଇଛି ଗରା, ବାଲଟି ଆଦି ପାଣିପାତ୍ର । ଟ୍ୟାଙ୍କର ଆଗରେ ପାଣି ନେବା ପାଇଁ ମହିଳାଙ୍କ ଭିଡ ଲାଗିଛି । ପ୍ରତି ପରିବାରକୁ ୬ ଗରା ପାଣି ମିଳୁଥିବା ବେଳେ ପାଣି ପାଇଁ ଟଣା ଓଟରା ହେଉଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି ଆଠଗଡ଼ ବ୍ଲକ କୁଲାଇଲୋ ପଂଚାୟତର ତଳଗଡ଼ ଗାଁ । ପୁରା ପଂଚାୟତରେ ଗୋଟିଏ ନଳକୂପ ଥିବା ବେଳେ ପାଣି ଟ୍ୟାଙ୍କର ଉପରେ ଭରସା କରୁଛନ୍ତି ଲୋକେ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଷ୍ଟାଣ୍ଡ ପୋଷ୍ଟ ତିଆରି ହୋଇଛି , ହେଲେ ପାଣି ଆସୁନି । କୂଅ ଶୁଖିଲା ପଡ଼ିଥିବାବେଳେ ଏବେ ୬ ଗରା ପାଣିରେ ମେଣ୍ଟୁଛନ୍ତି ପୁରା ପରିବାର ।

କେବଳ ଆଠଗଡ଼ର ତଳଗଡ଼ ଗାଁ ନୁହେଁ ଏପରି ଅନେକ ଗାଁରେ ଉତ୍କଟ ଜଳ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ପିଇବା ପାଣି ପାଇଁ ସରକାର ବଡ଼ବଡ଼ ପ୍ରକଳ୍ପ ଘୋଷଣା କରି ବାଃ ବାଃ ନେଉଛନ୍ତି । ହେଲେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ତେବେ ସମସ୍ୟା ସମାଧାନ ପାଇଁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ସରପଞ୍ଚ ।