ଇଡକୋ ପ୍ରକଳ୍ପର ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀଙ୍କ ବିରୋଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହେଲେ ଲୋକେ

74

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଇଡକୋ ପ୍ରକଳ୍ପ ର ଜମି ଅଧିଗ୍ରହଣ କୁ ନେଇ ଗ୍ରାମବାସୀଙ୍କ ବିରୋଧ ଥମିବାର ନାଁ ଧରୁ ନାହିଁ । ପୁର୍ୱରୁ ଜମି ଅଧିଗ୍ରହଣ କୁ ବିରୋଧ କରୁ ଥିବା ଗ୍ରାମବାସୀ ମାନେ ଏବେ ରାଜରାସ୍ତା ରେ ଓହ୍ଲାଇ ସିମାଗୁଡି ଠାରେ ପ୍ରସ୍ତାବିତ ପ୍ରକଳ୍ପ କୁ ବିରୋଧ କରିଛଚନ୍ତି । ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ଏକାଠି ହୋଇ ମଏମଏମଇ ପାର୍କ ପ୍ରକଳ୍ପ କୁ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବା କୁ ଦାବୀ କରିଛନ୍ତି ସିନ୍ଧ୍ରିମାଳ ପଂଚାୟତ ବାସିନ୍ଦା ଓ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ।

ଇଡକୋ ପ୍ରକଳ୍ପ କୁ ଜମି ଅଡୁଆ । ଏମଏସଏମଇ ପାର୍କ କୁ ଗ୍ରାମବାସୀଙ୍କ ବିରୋଧ । ରାଜରାସ୍ତା ରେ ବିକ୍ଷୋଭ । ଜିଲ୍ଲାପାଳଙ୍କୁ ଦାବୀ ଜଣାଇଲେ ଗାଁ ଜିଲ୍ଲା ଆଦିବାସୀ ସମାଜ ମହାସଂଘ । ମାଲକାନଗିରି ସହର ଉପକଣ୍ଠ ରେ ଥିବା ସିନ୍ଧ୍ରିମାଳ ପଂଚାୟତ ଅନ୍ତର୍ଗତ ସୀମାଗୁଡି ମୌଜା ରେ ଇଡକୋ ପକ୍ଷରୁ ଶିଳ୍ପ ଉଦ୍ୟାନ ନିର୍ମାଣ ଲାଗି ଦିର୍ଘ ଦିନ ଧରି ପ୍ରସ୍ତାବ ରହିଛି । ଜମି ଚିହ୍ନଟ ପ୍ରକ୍ରୀୟ ମଧ୍ୟ ଶେଷ ହୋଇଛି । ପୁର୍ବରୁ ଜମି ମାପଚୁପ ବେଳେ ସିନ୍ଧ୍ରିମାଳ ଓ ଏହାର ଆଖପାଖ ଗାଁର ଗ୍ରାମବାସୀ ଏହି ପ୍ରକଳ୍ପକୁ ବିରୋଧ କରି ଆସୁ ଥିବାବେଳେ ଏବେ ଇଡକୋ ର ଏମଏସଏମଇ ପାର୍କ କୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଅଡିବସିଛନ୍ତି ସିମାଗୁଡା ଗାଁ ସହ ଚମ୍ପାନଗର, ଚମ୍ପାଖାରି, ନୁଆ ସିମାଗୁଡି, ସିନ୍ଧ୍ରିମାଳ ପରି ୬ ଗାଁର ଲୋକେ । ଆଜି ଜିଲ୍ଲା ଆଦିବାସୀ ସମାଜ ମହାସଂଘର ନେତୃତ୍ୱରେ ୬ ଗ୍ରାମର ଶହ ଶହ ଲୋକେ ମାଲାକନଗିରି ସହରରେ ଏକ ବିରୋଟ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ କରିଥିଲେ ମହାସଂଘର କର୍ମକର୍ତା ଓ ଗ୍ରାମବାସୀ ।

ମାଲାକନଗିରି ତହସିଲ ଅନ୍ତର୍ଗତ ସୀମାଗୁଡି ମୌଜାରେ ଥିବା ୪୫ ଏକର ଗୋଚର ଜମି କୁ ଚିହ୍ନଟ କରିଛି ପ୍ରଶାସନ । ତେବେ ଏଠାରେ ଜମି ଜଂଗଲ ଉପରେ ଆଦିବାସୀ ନିର୍ଭର କରୁଥିବା ବେଳେ ଏଠାକାର ଟୋଲ, ମହୁଲ ଓ ଜଂଗଲ ଜାତ ଦ୍ରବ୍ୟ ସହ ସ୍ଥାନୀୟ ସତିଗୁଡା ଜଳଭଣ୍ଡାର ରେ ମାଛ ଧରି ଆଦିବାସୀ ମାନେ ଜୀବିକା ନିର୍ୱାହ କରନ୍ତି । ତେଣୁ ଏଠାରେ କାରଖାନା ନିର୍ମାଣ ହେଲେ ସ୍ଥାନୀୟ ୬ଟି ଗାଁ ର ୫୦୦ ପରିବାର ର ଜୀବନ ଜୀବିକା ପ୍ରଭାବିତ ହବ ବୋଲି ଯୁକ୍ତି ବାଢିଛି ଆଦିବାସୀ ସମାଜ । ତେବେ ଲୋକଙ୍କ ସସମ୍ୟା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଜଣାଇ ସମସ୍ୟା ର ସମାଧାନ କରା ଯିବ ବୋଲି କହିଛନ୍ତି ଅଧିକାରୀ ।

ମାଲକାନଗିରି ତହସିଲ ଅନ୍ତର୍ଗତ ଟିଟିବିରି ଅଂଚଳରେ ପରେ ଏବେ ମାଲକାନଗିରି ସିମାଗୁଡି ମୌଜା ରେ ଏମଏସଏମଇ ପାର୍କ ନିର୍ମାଣ ଲାଗି ସ୍ଥିର ହୋଇ ଥିଲା । ତେବେ ଏଠାରେ ମଧ୍ୟ ଗ୍ରାମବାସୀଙ୍କ ବିରୋଧ ଯୋଗୁ ଅନିଶ୍ଚିତତା ଘେରରେ ଇଡକୋ ର ଶିଳ୍ପ ଉଦ୍ୟାନ ପ୍ରକଳ୍ପ ।