ଚିନ୍ତା ବଢ଼ାଉଛି ଆମେରିକାରେ ଭାରତୀୟଙ୍କ ହତ୍ୟା । ଗୁଳିମାଡ଼ରେ ଆଖି ବୁଝିଲେ ପ୍ରସିଦ୍ଧ ଭାରତନାଟ୍ୟମ ଓ କୁଚିପୁଡୀ ନୃତ୍ୟଶିଳ୍ପୀ ଅମରନାଥ ଘୋଷ

433

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଆମେରିକାରେ ଭାରତୀୟଙ୍କ ହତ୍ୟା । ପୁଣି ଥରେ ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । କୋଲକାତାର କୁଚିପୁଡୀ ନୃତ୍ୟଶିଳ୍ପୀ ଅମରନାଥଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମର୍ଣ୍ଣିୱାକ ସମୟରେ ଅମରନାଥଙ୍କୁ ଗୁଳିକରିବା ପରେ ଦୁବୁର୍ତ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ଉଚ୍ଚଶିକ୍ଷା ପାଇଁ କିଛି ଦିନ ପୂର୍ବରୁ ଅମରନାଇ ମିସୋରୀ ଯାଇଥିଲେ । ଅମରନାଥ ଘୋଷଙ୍କ ଘନିଷ୍ଟ ବାନ୍ଧବୀ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏକ ଭିଡିଓ ଓ ଲେଖା ପୋଷ୍ଟ କରି ହତ୍ୟା ଘଟଣା ବାବଦରେ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଦେଶ ମନ୍ତ୍ରୀ ଏସଜୟଶଙ୍କରଙ୍କୁ ଟ୍ୟାଗ କରି ହତ୍ୟା ମାମଲାର ତଦନ୍ତ ଓ ଅନ୍ୟାନ୍ୟ ସୂଚନା ପାଇଁ ଗୁହାରୀ କରିଥିଲେ । ତେବେ ବାରମ୍ବାର ଭାରତୀୟଙ୍କ ହତ୍ୟା ଘଟଣା ଏବେ ବଡ ଚିନ୍ତାର ବିଷୟ ପାଲଟିଛି । ଆମେରିକା ସରକାରଙ୍କୁ ଏନେଇ ଭାରତୀୟ ବୈଦେଶିକନ୍ତ୍ରାଳୟ ପକ୍ଷରୁ ତଲବ କରାଯାଇଛି । ସୂଚନା ଅନୁସାରେ ଚଳିତବର୍ଷ ଆରମ୍ଭରୁ ହିଁ ଭାରତୀୟଙ୍କ ହତ୍ୟା ଘଟଣା ଘଟିଥିଲା । ୨ମାସ ଭିତରେ ୬ଜଣ ଛାତ୍ର ହତ୍ୟା ଶିକାର ହୋଇସାରିଲେଣି ।