୪ବର୍ଷରେ ସ୍ନାତକ ଡିଗ୍ରୀ ପାଇଁ ୟୁଜିସି ଜାରି କଲା ବିଜ୍ଞପ୍ତି। ନାକ୍ ମାନଦଣ୍ଡ ପୂରଣ କରୁନଥିବା କଲେଜରେ ପାଠ୍ୟକ୍ରମ କାର୍ଯ୍ୟକ୍ଷମ ହେବ କିପରି?

204

କନକ ବ୍ୟୁରୋ: ୟୁଜିସି ଜାରି କଲା ନୂଆ ବିଜ୍ଞପ୍ତି । ଏଣିକି ୪ ବର୍ଷରେ ମିଳିବ ସ୍ନାତକ ଡିଗ୍ରୀ । ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ପରିବର୍ତେ ଚାରିବର୍ଷିଆ ପାଠ୍ୟକ୍ରମ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି , ୟୁଜିସି ବା ୟୁନିଭରସିଟି ଗ୍ରାଣ୍ଟ କମିଶନ । ଅର୍ଥାତ ଅନର୍ସ ଡିଗ୍ରୀ ହେବ ୪ ବର୍ଷିଆ ପାଠ୍ୟକ୍ରମ । ତେବେ ବିଜ୍ଞପ୍ତି ଅନୁସାରେ,

-ଜଣେ ଚାହିଁଲେ ଗୋଟିଏ ପାଠ୍ୟକ୍ରମକୁ ଛାଡି ଅନ୍ୟ ଏକ ବିଷୟରେ ସ୍ନାତକ ପଢି ପାରିବେ
-ଗୋଟିଏ ଶିକ୍ଷାନୁଷ୍ଠାନ ଛାଡି ଅନ୍ୟ ଏକ ଶିକ୍ଷାନୁଷ୍ଠାରେ ସହଜରେ ଆଡମିଶନ କରିପାରିବେ
-ଛାତ୍ରଛାତ୍ରୀଙ୍କୁ ଇଂର୍ଟନସିପ ସୁଯୋଗ ମିଳିବ
-ପାଠ୍ୟକ୍ରମରେ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ
-ଚତୁର୍ଥ ବର୍ଷରେ ଗବେଷଣା କରିବାକୁ ସୁଯୋଗ ମିଳିବ

ବଡ କଥା ହେଲା ୟୁଜିସି ବିଜ୍ଞପ୍ତି ଅନୁସାରେ ସ୍ନାତକ ପାଠ୍ୟକ୍ରମର ପ୍ରଥମବର୍ଷ ପୂରଣ କଲେ ବି ମିଳିବ ବର୍ଷିକିଆ ସାର୍ଟିଫିକେଟ୍ । ଦୁଇବର୍ଷରେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ତିନି ବର୍ଷ ଶେଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ଅନର୍ସ ଏବଂ ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ଚାରିବର୍ଷ ପାଠ୍ୟକ୍ରମ ବା ୮ଟି ସେମିଷ୍ଟାରରେ କୃତକାର୍ଯ୍ୟ ହେବାକୁ ପଡିବ । ଯେଉଁମାନେ ଅଧାରୁ ପାଠ ଛାଡିବେ ସେମାନଙ୍କ ପାଇଁ ଦ୍ୱିତୀୟ ସୁଯୋଗ ରହିବ ।

ସର୍ବାଧିକ ୭ବର୍ଷ ମଧ୍ୟରେ ଯୁକ୍ତ ତିନି ପାଠ ଶେଷ କରିବାକୁ ପଡିବ । ତେବେ ଏହି ୪ ବର୍ଷିଆ ସ୍ନାତକ ଡିଗ୍ରୀ କେତେଦୂର ଓଡିଶାରେ କାର୍ଯ୍ୟକ୍ଷମ ହେବ ସେ ନେଇ ପ୍ରଶ୍ନ ଉଠିଛି । କାରଣ
-ରାଜ୍ୟରେ ୩୨ଟି ସ୍ୱଂୟଶାସିତ କଲେଜ ଅଛି
-କିନ୍ତୁ ଏମାନେ ନାକର ମାନଦଣ୍ଡ ପୂରଣ କରିପାରୁନାହାନ୍ତି
-ଅଧକାଂଶ କଲେଜରେ ଅଧ୍ୟାପକ ନାହାନ୍ତି କି ଭିତ୍ତିଭୂମି ନାହିଁ
-୯୫ ପ୍ରତିଶତ ଅଧ୍ୟାପକଙ୍କ ପିଏଚଡି ଡିଗ୍ରୀ ନାହିଁ, ତେଣୁ ଚତୁର୍ଥ ବର୍ଷରେ ଛାତ୍ରଛାତ୍ରୀଙ୍କୁ ପଢାଇବ କିଏ?