ପୁଣି ବିବାଦରେ ଟ୍ୱିଟର ମାଲିକ ଏଲନ ମସ୍କ । ବୋନସ ଆତ୍ମସାତ ଅଭିଯୋଗରେ ମାମଲା ରୁଜୁ

398

କନକ ବ୍ୟୁରୋ : ପୁଣି ଥରେ ବିବାଦରେ ଟ୍ୱିଟର ସିଇଓ ଏଲନ ମସ୍କ । ନିଜ କମ୍ପାନୀର କର୍ମଚାରୀଙ୍କ ବୋନସ ଟଙ୍କା ଆତ୍ମସାତ କରିଥିବା ମସ୍କଙ୍କ ବିରୋଧରେ କର୍ମଚାରୀ ଅଭିଯୋଗ ଆଣିଛନ୍ତି । ଏନେଇ କୋର୍ଟାଙ୍କ ଦ୍ୱାରସ୍ଥ ହୋଇଛନ୍ତି କର୍ମଚାରୀ । କମ୍ପାନୀର ନିୟମ ଅନୁସାରେ କର୍ମଚାରୀଙ୍କ ବାର୍ଷିକ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନକୁ ଦେଖି ସେମାନଙ୍କୁ ବୋନସ ଦିଆଯାଏ । ଏହି ବୋନସ କର୍ମଚାରୀ ମାଗୁଥିବାବେଳେ ଏଲନ ମସ୍କ ବୋନସ ଦେବାକୁ ମନା କରିଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ଏନେଇ କିଛି କର୍ମଚାରୀ ଚାକିରିରୁ ଇସ୍ତଫା ଦେବା ସହ କୋର୍ଟରେ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ଟ୍ୱିଟରର ଦାୟିତ୍ୱ ନେବା ପରେ ଏପର୍ଯ୍ୟନ୍ତ ଏଲନ ମସ୍କ ଟ୍ୱିଟରରୁ ପ୍ରାୟ ୭୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିସାରିଛନ୍ତି ।