ସାମ୍ବାଦିକଙ୍କୁ ଚାପୁଡା ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ । ଆଇଏମଏଫ ଋଣ ସମ୍ବନ୍ଧିତ ପ୍ରଶ୍ନରେ ରାଗିଯାଇ ସାମ୍ବାଦିକଙ୍କୁ ଇଶାକ ଡାରଙ୍କ ଦୁର୍ବ୍ୟବହାର

262

କନକ ବ୍ୟୁରୋ : ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡ଼ାର୍ଙ୍କ ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଅର୍ଥମନ୍ତ୍ରୀ ଇଶାକ ଡ଼ାର ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିବା ଜଣାପଡ଼ିଛି । ଜଣେ ସାମ୍ବାଦିକ ଯେତେବେଳେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡ଼ାରଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ସମ୍ପର୍କରେ ପ୍ରଶ୍ନ କରିଥିଲେ ତେବେ ସେ ରାଗି ଯାଇ ତାଙ୍କୁ ଚାପୁଡ଼ା ମାରିଛନ୍ତି । ସାମ୍ବାଦିକ ଜଣକ ଅର୍ଥମନ୍ତ୍ରୀ ଇଶାକ ଡ଼ାରଙ୍କୁ ଆଇଏମଏଫ ଋଣ ଦେବା ନେଇ ପ୍ରଶ୍ନ କରିଥିଲେ । ଏହା ଶୁଣି ଉତକ୍ଷିପ୍ତ ହୋଇ ମନ୍ତ୍ରୀ ଇଶାକ ଡ଼ାର ଚାପୁଡ଼ା ମାରିଥିଲେ ।