ବଳଦେବଜୀଉଙ୍କ ମନ୍ଦିରରେ ପ୍ରଭୁଙ୍କ ସ୍ୱତନ୍ତ୍ର ନୀତି : ଆଜି ମନ୍ଦିରରେ ତୁଳସୀ ବିବାହ ନୀତି

197

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ପ୍ରଭୁଙ୍କ ସ୍ୱତନ୍ତ୍ର ବେଶ । ଗରୁଡ଼ ଦ୍ୱାଦଶୀ ଅବସରରେ ଆଜି ତୁଳସୀ ବିବାହ ନୀତି ଅନୁଷ୍ଠିତ ହେଉଛି । ସୂଚାରୁରୂପେ ଯେପରି ଭକ୍ତମାନେ ପ୍ରଭୁଙ୍କ ବେଶକୁ ଦର୍ଶନ କରିପାରିବେ, ଏଥିପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ନୀତି ସମ୍ପନ୍ନ ହେବ ।

ପୌରାଣିକ ମତବାଦ ଅନୁଯାୟୀ ଆତଙ୍କ ସୃଷ୍ଟି କରିଥିବା ରାକ୍ଷସକୁ ବଧ କରିବା ସହ ତୁଳସୀଙ୍କୁ ବିବାହ କରିଥିଲେ ପ୍ରଭୁ । ହିନ୍ଦୁ ପୁରାଣ ଅନୁସାରେ ତୁଳସୀ ବୃକ୍ଷ ପୂର୍ବ ସମୟରେ ବୃନ୍ଦା ନାମକ ଜଣେ ମହିଳା ଥିଲେ । ସେ ଅସୁର ରାଜା ଜଳନ୍ଧରକୁ ବିବାହ କରିଥିଲେ । ତାଙ୍କର ସତୀତ୍ୱ ଓ ବିଷ୍ଣୁ ଭକ୍ତି ବଳରେ ଜଳନ୍ଧର ଅଜେୟ ଥିଲା । ଦେବତାମାନେ ମଧ୍ୟ ତାଙ୍କୁ ପରାଜିତ କରିପାରୁନଥିଲେ । ଯୁଦ୍ଧକୁ ଯିବା ବେଳେ ବୃନ୍ଦା ସ୍ବାମୀର ବିଜଯ ନିମନ୍ତେ ସଂକଳ୍ପ କରିଥିଲେ । ଏହି ଅବସରରେ ଦେବତାମାନେ ବିଷ୍ଣୁଙ୍କୁ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ତେଣୁ ଜଳନ୍ଧରର ଅନୁପସ୍ଥିତିରେ ବିଷ୍ଣୁ ତାଙ୍କ ରୂପ ଧରି ତୁଳସୀ ପାଖକୁ ଚାଲିଗଲେ ।

ତୁଳସୀ ତାଙ୍କୁ ଦେଖି ସଂକଳ୍ପ ତ୍ୟାଗ କରି ତାଙ୍କ ପଦସ୍ପର୍ଶ କଲେ । ସଂକଳ୍ପ ତ୍ୟାଗ କଲା କ୍ଷଣି ଶିବ ତାଙ୍କୁ ମାରିଦେଲେ ଓ ତାର କଟାମୁଣ୍ଡ ଆସି ବୃନ୍ଦାଙ୍କ ଉଆସରେ ପଡ଼ିଲା । ଏହା ଜାଣିପାରି ବୃନ୍ଦା ବିଷ୍ଣୁଙ୍କୁ ପଥର ହେବା ଅଭିଶାପ ଦେଲେ ଯାହା ଫଳରେ ବିଷ୍ଣୁ ଶାଳଗ୍ରାମ ହୋଇଗଲେ ଓ ଲକ୍ଷ୍ମୀଙ୍କଠାରୁ ତାଙ୍କର ବିଚ୍ଛେଦ ହୋଇଗଲା । ବୃନ୍ଦା ଦୁଃଖରେ ସମୁଦ୍ରରେ ଝାସ ଦେଲେ ଓ ତାଙ୍କ ଆତ୍ମାକୁ ତୁଳସୀରେ ଅବସ୍ଥାପିତ କରିଦେଲେ ।

ପୂର୍ବ ଆଶୀର୍ବାଦ ଅନୁସାରେ ପ୍ରବୋଧିନୀ ଏକାଦଶୀ ଦିନ ଶାଳଗ୍ରାମ ରୂପୀ ବିଷ୍ଣୁ ତୁଳସୀଙ୍କୁ ବିବାହ କରିଥିଲେ । ଅନ୍ୟ ଏକ ଜନଶୃତି ଅନୁସାରେ ଲକ୍ଷ୍ମୀ ଏକ ଅସୁରକୁ ମାରିବା ପରେ ତୁଳସୀ ବୃକ୍ଷ ରୂପରେ ପୃଥିବୀରେ ରହିଲେ । ଅନ୍ୟ ଏକ ବୈଷ୍ଣବ ଜନଶୃତି ଅନୁସାରେ ସମୁଦ୍ର ମନ୍ଥନ ଶେଷରେ ବାହାରିଥିବା ଅମୁତକୁ ଅସୁରଙ୍କୁ ନଦେଇ ବିଷଣଣୁ ଦେବତାଙ୍କୁ ଡେଲ ଓ ତାଙ୍କ ଆଖିରୁ ଆନନ୍ଦାଶୃ ବାହାରି ଅମୃତରେ ପଡ଼ି ତୁଳସୀ ବୃକ୍ଷରେ ପରିଣତ ହୋଇଗଲା ପରେ ତାଙ୍କୁ ବିବାହ କଲେ ।