ଶେଷ ହେବାକୁ ଯାଉଛି ବର୍ଷ -୨୦୨୩ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜୋରଦାର ଭିଡ଼, ଶ୍ରୀମନ୍ଦିରରରେ ପ୍ରବଳ ଗହଳି

141

କନକ ବ୍ୟୁରୋ : ବଡଦିନ ଛୁଟି ସହ ବର୍ଷ ଶେଷ । ଆଉ ପୁରୀରେ ଜଗା ଦର୍ଶନ ପାଇଁ ଆରମ୍ଭ ହୋଇଯାଇଛି ଗହଳି । ଏହି ଦୃଶ୍ୟ ହିଁ ବୟାନ କରୁଛି ସିଂହଦ୍ୱାର ଆଗରେ ଭିଡ କେତେ । ରବିବାର ହୋଇଥିବାରୁ ଠାକୁର ଦର୍ଶନ ପାଇଁ ଧାଡିରେ ଠିଆହୋଇ ବ୍ୟାରିକେଡ ଭିତରେ ଭକ୍ତ କଲବଲ ହୋଇଛନ୍ତି । ଠାକୁରଙ୍କ ପହିଲିଭୋଗ ନୀତିବିଳମ୍ବ ଯୋଗୁଁ ଲମ୍ବାଧାଡିରେ ହାଇରାଣ ହୋଇଛନ୍ତି ଭକ୍ତ । ସକାଳ ୬ଟା ସୁଦ୍ଧା ଗୋପାଳବଲ୍ଲଭ ଓ ପହିଲିଭୋଗ ନୀତି ସରିବା ନିୟମ ଥିଲେ ବି ୧୦ଟାରେ ପହିଲିଭୋଗ ବାହାରୁଛି । ଫଳରେ ଭକ୍ତ ଧାଡିରେ ଠିଆ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପୁରୀରେ ଦେଖନ୍ତୁ ଏହି ଭିଡକୁ । କୁହାଯାଉଛି, ଛୁଟିଦିନ ଥିବାରୁ ଗତବର୍ଷ ଅପେକ୍ଷା ଏଥର ଦୁଇଗଣା ପର୍ଯ୍ୟଟକ ଓ ଭକ୍ତ ପୁରୀ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

– ନୂଆବର୍ଷ ଲାଗି ସ୍ୱତନ୍ତ୍ର ବ୍ୟାରିକେଡ ହୋଇଛି
-ଟ୍ରାଫିକକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି
-ଏବେ ଶ୍ରୀମନ୍ଦିର ନିକଟରେ ୨୦ ପ୍ଲାଟୁନ ଓ ବେଳାଭୂମିରେ ୪ ପ୍ଲାଟୁନ ଫୋର୍ସ ମୁତୟନ
-ଜିରୋ ନାଇଟ ଓ ନୂଆବର୍ଷରେ ଏହାକୁ ଦୁଇଗୁଣା କରାଯିବ

ବଡଦିନ ଯୋଗୁଁ ପୁରୀରେ ବଢୁଛି ଭକ୍ତଙ୍କ ଗହଳି । ଆଉ ଶାନ୍ତି ଶୃଙ୍ଖଳା ପୁରୀ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।