ଜଙ୍ଗଲରେ ସୁରକ୍ଷତି ନୁହଁନ୍ତି ଜନ୍ତୁ: ସୁବର୍ଣ୍ଣପୁରରେ ବେଧଡକ ଚାଲିଛି ବାଘ ଶିକାର

101

କନକ ବ୍ୟୁରୋ: ବାଘପାଲି ଜଙ୍ଗଲରୁ ବାଘ ମୃତଦେହ ଉଦ୍ଧାର, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ନିକଟ ଜଙ୍ଗଲରେ ଏକ ବାଘର ଗଳିତ ମୃତ ଦେହ ପଡିରହିଛି । ବାଘର ମୃତ କାରଣ ଏ ପର୍ୟ୍ୟନ୍ତ କିଛି ଜଣାପଡି ନାହିଁ । ବାଘର ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ବନବିଭାଗକୁ ଖବର ଦେଇଥିଲେ । ତା ପରେ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀମାନେ ଯାଇ ବାଘ ମୃତଦେହକୁ ଜବତ କରିଛନ୍ତି । ଏହା କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି । ବାଘ ମୃତଦେହ ଠାବ କରାଯାଇଛି । ବାଘକୁ ହତ୍ୟା କରି ବାଘ ନଖ ନେଇଯାଇଛନ୍ତି ଦୁର୍ବୃତ୍ତ ।