ବିସ୍ଫୋରଣ ଘଟଣାର କରୁଣ କାହାଣୀ। ଘର ବାହାରେ ତାଲା, ଘର ଭିତରେ ୮୦ ବର୍ଷୀୟା ବୃଦ୍ଧା।

142

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାର କରୁଣ କାହାଣୀ । ଘର ବାହାରେ ପଡିଛି ତାଲା । ଆଉ ଘର ଭିତରେ ସଜା କାଟୁଛନ୍ତି ୮୦ ବର୍ଷର ବୃଦ୍ଧା । ବାଣ ବିସ୍ଫୋରଣ ପରେ ପୋଲିସର ଗିରଫଦାରି ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡ଼ିଛି । ଗାଁ ଛାଡି ଫେରାର ଅଛନ୍ତି ଅନେକ ପୁରୁଷ ଓ ମହିଳା । ଏହି ଘଟଣାରେ ଭାଗବତପୁର ମଲିକ ସାହିର ୨ଜଣଙ୍କୁ ପୋଲିସ ଗିରଫ କରିଛି । ତେଣୁ ଭୟରେ ଗାଁର ଗୁରୁଚରଣ ମଲିକ ଦୁଇ ନାତି ନାତୁଣୀ ଓ ନାତୁଣୀ ବୋହୂ ଘର ତାଲା ପକାଇ ଘର ଛାଡି ଫେରାର ଅଛନ୍ତି ।

ଗାଁର ୬୫ ପରିବାର ରହୁଥିବା ବେଳେ ୪୫ଟି ଘରେ ତାଲା ଝୁଲୁଛି । ଯିଏ ଅଛନ୍ତି ଖାଇବା ପିଇବା ପାଇଁ ଡହଳ ବିକଳ ହେଉଛନ୍ତି । ତେବେ କିଏ ବୁଝିବ ଏମାନଙ୍କ ଦୁଃଖ । କିଛି ବୃଦ୍ଧ ବୃଦ୍ଧାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଗାଁ ଛାଡି ବାହାରେ ବୁଲୁଛନ୍ତି ।