ଜୁନରେ ବାରବାଟୀରେ ହୋଇପାରେ ଟି-୨୦ ମ୍ୟାଚ: କଟକରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ନେଇ ସୂଚନା  

124

କନକ ବ୍ୟୁରୋ: ଆସନ୍ତା ଜୁନ ମାସରେ ବାରବାଟୀରେ ହୋଇପାରେ ଟି-୨୦ ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଟି-୨୦ ମ୍ୟାଚ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା ହୋଇଥିବା ନେଇ ସେ କହିଛନ୍ତି । ଫେବୃଆରୀ ୧୫ରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚକୁ ବାରବାଟୀରୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ କୋଭିଡ ମହାମାରୀ ପାଇଁ ୧୫ ତାରିଖରେ ହେବାକୁ ଥିବା ମ୍ୟାଚକୁ ବାରବାଟୀରୁ ସ୍ଥାନାନ୍ତର କରି ନିଆଯାଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ସମସ୍ତ ଟି-୨୦ ମ୍ୟାଚ କୋଲକାତାରେ ଖେଳାଯିବା ନେଇ ବିସିସିଆଇ ନିଷ୍ପତ୍ତି ନେଇଛି ।