ଖରିଆରରୁ ଭୁବନେଶ୍ୱର: ସାମନାକୁ ଆସିଲା ଇରାନୀ ଗ୍ୟାଙ୍ଗର ଲୁଟ କାହାଣୀ

82

କନକ ବ୍ୟୁରୋ: କମିଶନରେଟ ପୁଲିସର ସ୍ପେଶାଲ ସ୍କାର୍ଡ ହାତରେ ଧରାପଡିଛି ଇରାନୀ ଗ୍ୟାଙ୍ଗ । ଆଉ ଜବତ ହୋଇଛି ପୁଳା ପୁଳା ଗାଡି ଓ ସୁନା । ଯେଉଁ ଗ୍ୟାଙ୍ଗ ଦୀର୍ଘଦିନ ଧରି ପୁଲିସର ନିଦ ହଜାଇ ମୋଷ୍ଟ ୱାଂଟେଡ ଥିଲା, ବର୍ତମାନ ସେହି ଗ୍ୟାଙ୍ଗକୁ ଧରିଛି ପୁଲିସ । କେବଳ ଓଡିଶା ପାଇଁ ନୁହେଁ ପଶ୍ଚିମବଙ୍ଗ ପାଇଁ ବି ଥିଲେ ମୋଷ୍ଟ ୱାଂଟେଡ । ଆନ୍ଧ୍ର ପୁଲିସ ବି ଏମାନଙ୍କୁ ୬ ମାସ ହେଲା ଖୋଜୁଥିଲା । କେବଳ କମିଶନରେଟ ପୁଲିସ ଅଂଚଳରେ ଏମାନଙ୍କ ନାଁରେ ଥିଲା ୨୦ରୁ ଅଧିକ ମାମଲା ।କେବଳ ଏତିକ ନୁହେଁ ପୁରୀ,ଭଦ୍ରକ, କଟକ ଓ ଯାଜପୁରରେ ବି ବଡ ବଡ ମାମଲା ରହିଛି । ଭିନ୍ନ ଭିନ୍ନ ତରିକାରେ ଏମାନେ ଲୁଟ କରି ପୁଲିସର ନିଦ ହଜାଇଥିଲେ । ଶେଷରେ ଏହି ଗ୍ୟାଙ୍ଗକୁ ମାଡିବସିଛିି କମିଶନରେଟ ପୁଲିସର ସ୍ପେଶାଲ ସ୍କାର୍ଡ ।

ଇରାନୀ ଗ୍ୟାଙ୍ଗ-ଏହି ନାଁ ଶୁଣିଲେ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଏହି ଗ୍ୟାଙ୍ଗର ନାଁ ଏଭଳି କାହିଁକି । ପୁଲିସ କହିବା ଅନୁସାରେ, ଏମାନେ ଇରାନର ମୂଳ ବାସିନ୍ଦା । କିନ୍ତୁ ପୂର୍ବ ପୁରୁଷ ଭାରତକୁ ଆସି ବିଭିନ୍ନ ଅଂଚଳରେ ଚୋରି କରୁଥିଲେ ।

-ପ୍ରଥମେ ଇରାନୀ ଗ୍ୟାଙ୍ଗ ଏମପି, ବିହାର, ୟୁପି ଓ ଝାଡଖଣ୍ଡରେ ସକ୍ରିୟ ଥିଲେ
-ପରେ ଓଡିଶା ଓ ପଶ୍ଚିମବଙ୍ଗରେ ପାଲଟିଥିଲେ ମୋଷ୍ଟ ୱାଂଟେଡ
-ବାଇକରେ ବୁଲି ଜାତୀୟ ରାଜପଥରେ ଯାତ୍ରୀଙ୍କୁ କରିଥାନ୍ତି ସଫ୍ଟ ଟାର୍ଗେଟ
-କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାୟୀ ଭାବେ ରହୁନଥିଲେ
-ଖରିଆର ରୋଡରେ ରହି ବିଭିନ୍ନ ଜିଲ୍ଲାରୁ ଲୁଟପାଟ
-ଦୋକାନୀକୁ ଅନ୍ୟମନସ୍କ କରି ଟଙ୍କା ଲୁଟ କରୁଥିଲେ
-ଜେମ ଷ୍ଟୋନ ବିକିବା ନାଁରେ ବୁଲୁଥିଲେ ଚୋର
-ଚେନ ଲୁଟ କରିବାରେ ମାହିର ଥିଲେ
-ଚୋରମାନେ ବାଇକ ରେସିଂରେ ମାହିର ଥାଇ ପୁଲିସକୁ ଚକମା ଦେଉଥିଲେ ।
-ଆନ୍ଧ୍ର, ଛଡିଶଗଡ ଓ କର୍ଣ୍ଣାଟକରେ ବି ଗ୍ୟାଙ୍ଗ ଅପରେଟ ହେଉଥିଲା

ଅନୁଗୁଳ, ଯାଜପୁର, କେନ୍ଦ୍ରପଡା, ପାଣିକୋଇଲି ଓ ଭଦ୍ରକ ପୁଲିସ ପାଖରେ ଇରାନୀ ଗ୍ୟାଙ୍ଗ ସଦସ୍ୟଙ୍କ ନାଁରେ ଲମ୍ବା ତାଲିକା ଅଛି । ଗିରଫ ଇରାନୀ ଗ୍ୟାଙ୍ଗ ନିକଟରୁ ୫ ବାଇକ, ୧୭ ସୁନା ଚେନ ଜବତ ହୋଇିଛି । ବର୍ତମାନ ସେମାନଙ୍କୁ ପଚରାଉଚରା ପରେ ଅଧିକ ତଥ୍ୟ ଆସିବ ବୋଲି ଆଶା କରାଯାଉଛି ।