ମା’ମାନଙ୍କ ପ୍ରଶଂସା ସହିପାରୁନି ରାଜ୍ୟ ବିଜେପି । କଡା ସମାଲୋଚନା କଲା ବିଜେଡି

759

କନକ ବ୍ୟୁରୋ : ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବିଜେପି ନେତା । ସାଧାରଣ ମହିଳାଙ୍କୁ ବି ଟାର୍ଗେଟ୍ କରୁଛନ୍ତି । ମହିଳାଙ୍କ ପ୍ରଶଂସା ସହିପାରୁନି ରାଜ୍ୟ ବିଜେପି ବୋଲି ଅଭିଯୋଗ ଆଣି ବିଜେପିକୁ ନିନ୍ଦା କରିଛି ବିଜେଡି ।

ପ୍ରେସମିଟ୍ କରି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ମିଶନ୍ ଶକ୍ତି ଅଧୀନରେ କାମ କରୁଥିବା ମହିଳା ଏସଏଚଜିମାନେ ଓଡିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛନ୍ତି । ସେମାନେ ଭାରତ ଏବଂ ବିଶ୍ୱ ପାଇଁ ସଫଳ ମହିଳା ଏସଏଚଜି ଆନ୍ଦୋଳନର ଉଜ୍ଜଳ ଉଦାହରଣ ପାଲଟିଥିବା ବେଳେ ରାଜ୍ୟ ବିଜେପି ନେତୃତ୍ୱ କିନ୍ତୁ ଏହାକୁ ସହ୍ୟ କରିପାରୁନି । ସ୍ୱୟଂ ସହାୟିକା ଗୋଷ୍ଠୀ ମା’ମାନଙ୍କ ପ୍ରଶଂସା ଓଡ଼ିଶା ବିଜେପିକୁ ପସନ୍ଦ ଆସୁନି । ମା’ଙ୍କୁ ନିନ୍ଦା, ଅପମାନିତ କରୁଛି । ଏସଏଚଜି ମା’ମାନେ ପଇସା ନେଇ କାମ କରୁଛନ୍ତି ବୋଲି ଅଭିଯୋଗ କରୁଛି ବିଜେପି । ଏଭଳି ଅପମାନିତ କରିବା କେତେ ଦୂର ଯୁକ୍ତିଯୁକ୍ତ? ପବ୍ଲିକ ଲାଇଫକୁ ଆସିବାକୁଥିବା ମା’ମାନେ ଅପମାନିତ ହେଉଛନ୍ତି । ଉପନିର୍ବାଚନରେ ଆମ ପାର୍ଥିନିଙ୍କୁ ନିନ୍ଦା ଆଉ ଅପମାନିତ କଲା ବିଜେପି । ବିଜେପିର ଆଚରଣ ଆଉ ଉଚ୍ଚାରଣ ପାଇଁ ଓଡ଼ିଶାରେ ସଫଳତା ପାଇପାରୁନାହାନ୍ତି । ବାରମ୍ବାର ଭୁଲ କରି ମହିଳାଙ୍କୁ ଅପମାନିତ କରୁଛନ୍ତି