ଜଳୁଛି ପଶ୍ଚିମ ଓଡି଼ଶା, ଉପକୂଳରେ ଗୁଳୁଗୁଳି : ଦିନ ୧୧ଟା ୩୦ ସୁଦ୍ଧାର ରାଜ୍ୟର କେଉଁ ସହରରେ ତାପମାତ୍ରା କେତେ ?

650

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି । ପଶ୍ଚିମରେ ତାତି ସାଙ୍ଗକୁ ଉପକୂଳରେ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଦିନ ୧୧ଟା ୩୦ ସୁଦ୍ଧା ପ୍ରଚଣ୍ଡ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୧ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି ।

ରାତି ପାହିଲା ବେଳକୁ ଭୁବନେଶ୍ୱରର ତାପମାତ୍ରା ୩୦ଡିଗ୍ରୀ ଟପିଥିଲା । ସକାଳ ସାଢ଼େ ୫ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ସକାଳ ୮ଟା ୩୦ ବେଳକୁ ଭୁବନେଶ୍ୱର ତାପମାତ୍ରା ଥିଲା ୩୨ ଦଶମିକ ୨ ଡିଗ୍ରୀ । ଦିନ ୧୧ଟା ୩୦ ବେଳକୁ ଭୁବନେଶ୍ୱରରେ ପାରଦ ୩୭ ଦଶମିକ ୨ ଡିଗ୍ରୀରେ ପହଞ୍ଚିଥିଲା ।

ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏଁ ବିଶେଷ ପରିବର୍ତନ ସମ୍ଭାବନା ନାହିଁ । ୩ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୧୧ଟା ୩୦ ସୁଦ୍ଧାର ରାଜ୍ୟର କେଉଁ ସହରରେ ତାପମାତ୍ରା କେତେ ରହିଛି ।

କେଉଁଠି ପାରଦ କେତେ?
(ଦିନ ୧୧ଟା ୩୦ ସୁଦ୍ଧା)

ସମ୍ବଲପୁର – ୪୨.୨ ଡିଗ୍ରୀ
ଝାରସୁଗୁଡ଼ା – ୪୧.୬ ଡିଗ୍ରୀ
ହୀରାକୁଦ – ୪୧ ଡିଗ୍ରୀ
କେନ୍ଦୁଝର – ୩୮.୨ ଡିଗ୍ରୀ
ଭୁବନେଶ୍ୱର – ୩୭.୨ ଡିଗ୍ରୀ
ଗୋପାଳପୁର – ୩୫.୬ ଡିଗ୍ରୀ
ବାଲେଶ୍ୱର – ୩୪.୮ ଡିଗ୍ରୀ
ପୁରୀ – ୩୪.୪ ଡିଗ୍ରୀ
ଚାନ୍ଦବାଲି – ୩୩.୨ ଡିଗ୍ରୀ
ପାରାଦୀପ – ୩୧.୮ ଡିଗ୍ରୀ

ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଉଚ୍ଚ ଆର୍ଦ୍ରତା ଯୋଗୁଁ ଉପକୂଳରେ ଅସହ୍ୟ ଗୁଳୁୁଗୁଳି ଅନୁଭୁତ ହେଉଛି । ଦିନ ୧୧ଟା ୩୦ ସୁଦ୍ଧା ପୁରୀରେ ସର୍ବାଧିକ ଆଦ୍ରତା ୮୦ ପ୍ରତିଶତ ରହିଛି । ନଜର ପକାନ୍ତୁ ସାଢେ ୧୧ଟା ସୁଦ୍ଧା ବିଭିନ୍ନ ସ୍ଥାନର ରେକର୍ଡ ହୋଇଥିବା ଆର୍ଦ୍ରତା ଉପରେ ।

କେଉଁଠି ଆର୍ଦ୍ରତା କେତେ?
(ଦିନ ୧୧ଟା ୩୦ ସୁଦ୍ଧା)

ପୁରୀ – ୮୦%
ଗୋପାଳପୁର – ୭୨%
ପାରାଦୀପ – ୭୦%
ଚାନ୍ଦବାଲି – ୬୬%
ଭୁବନେଶ୍ୱର – ୬୪%
ବାଲେଶ୍ୱର -୫୬%
କେନ୍ଦୁଝର – ୪୬%
ଝାରସୁଗୁଡ଼ା -୨୭%
ସମ୍ବଲପୁର – ୨୬%
ହୀରାକୁଦ – ୨୯%