ସାର୍ଟିଫିକେଟ୍ ବଦଳରେ ଟଙ୍କା ମାଗୁଥିଲେ ପ୍ରଧାନଶିକ୍ଷକ । ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ।

1,060

କନକ ବ୍ୟୁରୋ: ମାଟ୍ରିକ ସାର୍ଟିଫିକେଟ୍ ବଦଳରେ ଟଙ୍କା ଆଦାୟ କରି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳଧର ବେହେରା ନିଲମ୍ବିତ ହୋଇଛନ୍ତି । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ, ଗଠନପାଲି ନବୀନ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳଧର ବେହେରା ପିଲାଙ୍କ ଠାରୁ ଟଙ୍କା ଆଦାୟ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇବା ପରେ ପିଲାମାନେ ମାଟ୍ରିକ ମାର୍କସିଟ୍, ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ଓ କଣ୍ଟକ୍ଟ ସାର୍ଟିଫିକେଟ ପାଇଁ ବିଦ୍ୟାଳୟକୁ ଆସିଥିଲେ । ପିଲାମାନଙ୍କୁ ଏହି ସବୁ ସାର୍ଟିଫିକେଟ ବାବଦକୁ ଏକ ହଜାର ଟଙ୍କା ଲେଖାଏଁ ଜୋରଜବଦସ୍ତ ଆଦାୟ କରୁଛନ୍ତି ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା । ଆଉ ଟଙ୍କା ନଦେଲେ ପିଲାଙ୍କୁ ସାର୍ଟିଫିକେଟ୍ ନଦେଇ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା ।