ଅଜିତ ପାୱାର ସ୍ପଷ୍ଟ କଲେ ନିଜର ମତ । କହିଲେ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି, କାରଣ …

335

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଅଜିତ ପାୱାର ନିଜର ରାଜନୈତିକ ମହତ୍ୱାକାଂକ୍ଷା ଖୁଲାସା କରିଛନ୍ତି । ଅଜିତ ପାୱାର କହିଛନ୍ତି କି, ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କାରଣ ଜନତାଙ୍କ କଲ୍ୟାଣ ପାଇଁ ତାଙ୍କ ପାଖରେ ଯେଉଁ ଯୋଜନା ରହିଛି ତାହାକୁ ଲାଗୁ କରିପାରିବି । ଏହି କ୍ରମରେ ସେ ଶରଦ ପାୱାରଙ୍କୁ ନିଜର ରାଜନୈତିକ ଗୁରୁ କହିବା ସହ ତାଙ୍କର ଆର୍ଶିବାଦ ଭିକ୍ଷା କରିଛନ୍ତି ।

ସେପଟେ ମହାରାଷ୍ଟ୍ରରେ ଚାଲିଥିବା ଏନଡିଏ ସରକାରରେ ଭାଗ ନେବା ପରେ ସେ ୨୦୧୪ ରେ ବିଜେପିର ବିଜୟ ପାଇଁ ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି କି, ୨୦୧୪ ନିର୍ବାଚନ ବିଜେପି ନୁହେଁ ବରଂ ମୋଦୀଙ୍କ ପାଇଁ ବିଜେପି ବିଜୟୀ ହୋଇଥିଲା ।

ଉପନଗର ବାନ୍ଦ୍ରା ଠାରେ ନିଜ ଗୋଷ୍ଠୀର ବୈଠକ ଡାକି ଅଜିତ ପାୱାର ୨୦୦୪ କଥା ମନେ ପକାଇଛନ୍ତି । ସେ କହିଛନ୍ତି କି ୨୦୦୪ ନିର୍ବାଚନରେ କଂଗ୍ରେସ ଠାରୁ ଏନସିପିର ଅଧିକ ବିଧାୟକ ବିଜୟୀ ହୋଇଥିଲେ । ସେହି ସମୟରେ ଯଦି ଏନସିପି କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦ ଛାଡି ନଥାନ୍ତା ତେବେ ଆଜି ମହାରାଷ୍ଟ୍ରରେ ଆଜି ଏନସିପିର ମୁଖ୍ୟମନ୍ତ୍ରୀ ରହିଥାନ୍ତା ।