ଜବତ ଗଞ୍ଜେଇ ପୁଲିସ ବିକ୍ରି କରୁଥିବା ଅଭିଯୋଗରେ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକେ । ଆକ୍ରମଣ ପରେ ୧୪୪ ଧାରା ଜାରି

426

କନକ ବ୍ୟୁରୋ : ଫୁଲବାଣୀ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଠାଇ ଆଣିଲା ପୋଲିସ । ଗିରଫ ଭୟରେ ପୁରୁଷଶୂନ୍ୟ ହୋଇପଡ଼ିଛି ଫିରିଙ୍ଗିଆ ଗାଁ । ବନ୍ଦ ରହିଛି ଫିରିଙ୍ଗିଆ ବଜାର । ଅଞ୍ଚଳରେ ଚାପା ଉତେଜନା ଲାଗି ରହିଥିବାରୁ ୧୪୪ ଧାରା ଲାଗୁ କରାଯାଇଛି । ଗତକାଲି ଅପରାହ୍ନରେ ଲୋକ ଥାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ ।

ଗଞ୍ଜେଇ ଚାଲାଣରେ ପୋଲିସ୍ ଆଇଆଇସି ଓ ସହଯୋଗୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ ସ୍ଥାନୀୟ ଲୋକେ । ଏପରିକି ଏନେଇ ଏକ ଭିଡିଓ ଫୁଲବାଣୀ ଏସପିଙ୍କୁ ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆନ ଯିବାରୁ ତାତିଥିଲେ । ପ୍ରଥମେ ରାସ୍ତାରୋକ କରିଥିଲେ । ଆଉ ଏସଡିପିଓ ବୁଝାଇବାକୁ ଆସିଥିବାବେଳେ ଏସଡିପିଓ, ତହସିଲଦାର ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଆଉ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଥାନାରେ ନିଆ ଲଗାଇଦେବା ସହ ସହ ପୁଲିସ ବନ୍ଧୁକ ଲୁଟିନେଇଥିବା ଅଭିଯୋଗ ହୋଇଛି । ପୁଲିସ ମୃଦୁ ଲାଠିଚାର୍ଜ କରିବା ପରେ ଉତ୍ୟକ୍ତ ଲୋକେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।