ଦିଲ୍ଲୀ ଏନସିଆରରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ତୀବ୍ର ଝଟକା ଅନୁଭୂତ, ଆଫଗାନିସ୍ତାନର ହିନ୍ଦୁକୁଶ ଭୂକମ୍ପର କେନ୍ଦ୍ର ସ୍ଥଳ

148

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ବୋଲି କୁହାଯାଇଛି । ଦିଲ୍ଲୀରୁ କିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ମିଳିଥିବା ସୂଚନା ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି କୁହାଯାଇଛି । ଏହି କାରଣରୁ ଜମ୍ମୁ-କାଶ୍ମୀରରେ ତୀବ୍ର ଝଟକା ଅନୁଭୂତ ହୋଇଛି । ହିନ୍ଦୁକୁଶ କେନ୍ଦ୍ରସ୍ଥଳ ହୋଇଥିବାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ଭାରତରେ ଏକା ସହିତ ଏହି ଝଟକା ଅନୁଭୂତ ହୋଇଛି ।

ବିଶେଷ କରି ଜାମ୍ମୁ-କାଶ୍ମୀରରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଦିଲ୍ଲୀ ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହେଉଛି । ଜାମ୍ମୁ-କାଶ୍ମୀରରେ ଜୁଲାଇମାସ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । କାଶ୍ମୀରର କଟରା ଠାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୮ ଥିଲା ।