ଆସନ୍ତାକାଲି ପଡିବ ପୌରାଞ୍ଚଳ ଭୋଟ । ନେତା ବାଛିବେ ସହରୀ ଭୋଟର

88

କନକ ବ୍ୟୁରୋ: ଆସନ୍ତାକାଲି ପଡିବ ପୌରାଞ୍ଚଳ ଭୋଟ । ରାଜ୍ୟର ୫୯ ଏନଏସି. ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ପୌର ନିର୍ବାଚନ ହେବାକୁ ଯାଉଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି । ୧୦୬ ପୌର ପରିଷଦ ଓ ଏନଏସି ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଡବଲ ଭୋଟ ନେଇ ପ୍ରମାଣ ମିଳିଲେ, କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ନିର୍ବାଚନ କମିଶନ । ଭୋଟ୍ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ୧୯୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ । ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ୍ ହୋଇଛି । ପ୍ରତି ବୁଥ୍ରେ ଜଣେ ପ୍ରଜାଇଡିଂ ଅଫିସର, ୪ ଜଣ ପୁଲିଂ ଅଫିସର ଓ ପୋଲିସ ଅଧିକାରୀ ମୁତୟନ ହେବେ ।