ମହାନଦୀ ଜଳ ବିବାଦ : ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍

159

କନକ ବ୍ୟୁରୋ : ମହାନଦୀ ଜଳବିବାଦ ମାମଲା । ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ନିକଟରେ ୨ ଟି ପ୍ରର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ରେ ୫୦ ଜଣିଆ ଟିମ ଛତିଶଗଡରେ କ୍ଷେତ୍ର ପରିଦର୍ଶନ କରିଥିଲେ । ଆସନ୍ତାକାଲି ଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ । ମହାନଦୀ ଜଳବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଟିମ୍ ତାର ତୃତୀୟ ପ୍ରଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ହୀରାକୁଦରେ ପହଂଚିଛନ୍ତି ।

ଆସନ୍ତା ୨୪ ତାରିଖ ଯାଏଁ ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡର ସଂଲଗ୍ନ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ସୁଦ୍ଧା ଛତିଶଗଡର ଜଳସମ୍ପଦ ବିଭାଗର ସବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ , ବୈଷୟିକ ଦଳ ଓ ଆଇନଜୀବୀ ମଧ୍ୟ ବୁର୍ଲାରେ ପଂହଚିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ପୁରା ଟିମ ୨୪ ତାରିଖ ଯାଏଁ ହେବାକୁ ଥିବା କ୍ଷେତ୍ର ପରିଦର୍ଶନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ ବୋଲି କୁହାଯାଉଛି ।