ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ସୋ । ସାମିଲ ହେଲେ ହଜାର ହଜାର ସମର୍ଥକ

449

କନକ ବ୍ୟୁରୋ : ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ମେଗା ରୋଡ ସୋ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ଏହି ରୋଡ ସୋ ଆରମ୍ଭ ହୋଇଛି । ରୋଡ ସୋ ଦୀର୍ଘ ଦେଢ ଘଣ୍ଟା ଧରି ଚାଲିବ । ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ହୋଇଥିବା ରୋଡ ସୋ ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ମୋଦୀଙ୍କ ରୋଡ ସୋ ପାଇଁ ରାଜ୍ୟ ବିଜେପି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଦୀଙ୍କ କାରକେଡ ଆଗରେ ବିଜେପିର ମହିଳା କର୍ମୀମାନେ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରି ଆଗେ ଆଗେ ଚାଲିଛନ୍ତି । ମୋଦୀ ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ନାରାରେ କମ୍ପୁଛି ରାଜଧାନୀ ।