କର୍ଣ୍ଣାଟକ ଭିଡିଓ ସ୍କାମ ମାମଲାରେ ନୂଆ ମୋଡ ପୀଡିତା ବଦଳାଇଲେ ବୟାନ, ଏବେ ବି ପ୍ରଜ୍ୱଳ ରେଭାନ୍ନା ଫେରାର

181

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କର୍ଣ୍ଣାଟକ ଅଶ୍ଲୀଳ ଭିଡିଓ ମାମଲାରେ ନୂଆ ମୋଡ । ବୟାନ ବଦଳାଇଲେ ପୀଡିତା । ଚାପରେ ପଡି ମିଛ ବୟାନ ଦେଇଥିବା କହିଛନ୍ତି ପୀଡିତା । ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇ ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ପୀଡିତା । ଅନ୍ୟପଟେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ମଧ୍ୟ ମାମଲାର ଯାଂଚ କରୁଥିବା ଏସଆଇଟି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଜେଡିଏସ ନେତା ପ୍ରଜ୍ୱଳ ରେଭାନ୍ନା ଓ ଏଚଡି ରେଭାନ୍ନାଙ୍କ ଉପରେ ମିଛ ମାମଲା ଆଣି ସେମାନଙ୍କୁ ଫଶାଯାଉଛି ଓ ଏହା ପଛରେ କଂଗ୍ରେସର ହାତ ଥିବା କହିଛି ଜେଡିଏସ । ଗୁରୁବାର ରାଜ୍ୟପାଳଙ୍କୁ ଭେଟି ଜେଡିଏସ ଏକ ସ୍ମାରକପତ୍ର ଦେଇଛି ।