ଇତିହାସ ଭାଙ୍ଗିବେ କି ମୋଦୀ ?ଏବେ କିଏ ମାରିବ ବାଜି ତାହା ଉପରେ ସମସ୍ତଙ୍କ ନଜର ।

1,801

କନକ ବ୍ୟୁରୋ: କିଏ ଜିତିବ ୨୦୨୪ ବାଜି । କାହାର ହେବ ସରକାର । ଚାଲିଛି ମହାସଂଗ୍ରାମ । ସରକାର ଆସନ୍ତି ଆଉ ଯାଆନ୍ତି ଦେଶରେ ପ୍ରତି ୫ ବର୍ଷରେ ଥରେ ହୁଏ ନିର୍ବାଚନ ଅନୁଷ୍ଠିତ ହୁଏ । କିନ୍ତୁ ସମୟ ଥିଲା ଯେତେବେଳେ ଦେଶ ଅନେକ ପ୍ରଧାନମନ୍ତ୍ରୀ ପାଇଥିଲା । ସରକାର ସ୍ଥାୟୀ ନଥିଲା । ଏବଂ ପ୍ରତ୍ୟେକ ଥର ସେମାନଙ୍କର ଚେହେରା ବଦଳିଗଲା । ଡିସେମ୍ବର ୨, ୧୯୮୯ରୁ ମାର୍ଚ ୧୯, ୧୯୮୯ ଅର୍ଥାତ ନ ବର୍ଷ ମଧ୍ୟରେ ଦେଶ ୬ଜଣ ପ୍ରଧାନମନ୍ତ୍ରୀ ପାଇଥିଲା । ତେବେ ୧୯୮୯ ପରେ ସରକାରରେ ସ୍ଥିରତା ରହିଥିଲା । ଏବଂ ଦେଶ ଅଟଳ ବିହାରୀ ବାଜପେୟୀ , ମନମୋହନ ସିଂ ଏବଂ ନରେନ୍ଦ୍ର ମେୀାଦିଙ୍କ ଭଳି ନେତାଙ୍କ ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିଥିଲେ । ଏହି ୬ ପ୍ରଧାନମନ୍ତ୍ରୀ ଆସନ୍ତୁ ଜାଣିବା ଯିଏ କି ପୁରଣ କରିପାରିନଥିଲେ ଏହି ସବୁ କାଯକାଳ ।

ବିଶ୍ୱନାଥ ପ୍ରତାପ ସିଂ । ବିଶ୍ୱନାଥ ପ୍ରତାପ ସିଂଙ୍କୁ ଭିପି ସିଂ ନାମରେ ଲୋକମାନେ ଜାଣିଛନ୍ତି । କଂଗ୍ରେସରୁ ଇସଫା ଦେବା ପରେ ଭିପି ସିଂ ଡିସେମ୍ବର ୨ ୧୯୮୯ରେ ଜନତା ଦଳ ସରକାରରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସରକାର ମାତ୍ର ୩୪୩ ଦିନ ଚାଲିଲା । ବିଜେପିର ସର୍ମଥନ ପ୍ରତ୍ୟାହାର ହେତୁ ତାଙ୍କ ସରକାର ୧୦ ନଭେମ୍ବର ୧୯୯୦ରେ ଭାଙ୍ଗି ଯାଇଥିଲା ।

ଭିପି ସିଂଙ୍କ ପରେ ଜନତା ଦଳର ନେତା ଚନ୍ଦ୍ରଶେଖର ଶେଖର ସିଂ କଂଗ୍ରେସ ସହାୟତାରେ ସରକାର ଗଠନ କରିଥିଲେ । କିନ୍ତୁ ମାର୍ଚ୍ଚ ୬ ୧୯୯୧ରେ ତାଙ୍କୁ ପଦବୀରୁ ଇସ୍ତଫା ଦେବାକୁ ପଡିଥିଲା । ତେବେ ନୁଆ ସରକାର ଗଠନ ଯାଏ ସେ ତାଙ୍କ ପଦରେ ରହିଥିଲେ । ଚନ୍ଦ୍ରଶେଖରଙ୍କ ସରକାର ମାତ୍ର ୨୨୩ ଦିନ ପୁରଣ କରିଥିଲା । ରାଜୀବ ଗାନ୍ଧିଙ୍କ ଜାସୁସି କରିବା ଅଭିଯୋଗରେ ଚନ୍ଦ୍ରଶେଖରଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ଏହାପରେ ସରକାରକୁ ଆସିଥିଲେ ପିଭି ନାରାୟଣ ସିଂ ରାଓ । ପିଭି ନାରାୟଣ ସିଂ ରାଓ ଦକ୍ଷିଣ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହି ପଦବୀରେ ସେ ମାତ୍ର ୧୬ ମେ ୧୯୯୬ ଯାଏଁ ରହିଥିଲେ । ନରସିଂହ ରାଓ ସରକାର ଚାରି ବର୍ଷ ୩୩୦ ଦିନ ଚାଲିଲା । ୧୯୯୬ ରୁ ଆରମ୍ଭ ହୋଇଥିଲା ବାଜପେୟୀ ସରକାର । ୧୬ ମଇ ୧୯୯୬ରେ ପ୍ରଥମ ଥର ପାଇଁ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ମିଳିତ ସରକାର କେବଳ ୧୩ ଦିନ ଧରି ଚାଲିଲା । ଗୃହରେ ସଂଖ୍ୟା ଗରିଷ୍ଠତା ଅଭାବରୁ ତାଙ୍କ ସରକାର ଜୁନ ୧ ୧୯୯୬ରେ ଭାଙ୍ଗି ଯାଇଥିଲା । ମାର୍ଚ୍ଚ ୧୯,୧୯୯୮ରେ ଅଟଳ ବିହାରୀ ବାଜପେୟୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।

କିନ୍ତୁ ପରେ ବାଜପେୟୀ ସରକାର ଗୋଟିଏ ଭୋଟରେ ସଂଖ୍ୟାଗରିଷ୍ଠତା ହରାଇଲେ । ଏବଂ ଭାଙ୍ଗିଗଲା ବାଜପେୟୀ ସରକାର ।ଜୁନ ୧ ,୧୯୯୬ରେ ଜନତା ଦଳର ଏଚଡି ଦେବେ ଗୈାଡା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସରକାର ୩୨୪ ଦିନ ଚାଲିଥିଲା । ଏବଂ ୨୧ ଏପ୍ରିଲ ୧୯୯୭ ରେ ଏଚଡି ଦେବେ ଗୈାଡଙ୍କୁ ମଧ୍ୟ ୨୧ ଏପ୍ରିଲ ୧୯୯୭ ରେ ଇନ୍ଦର କୁମାର ଗୁଜରାଲ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ତାଙ୍କୁ ୧୯ ମାର୍ଚ୍ଚ ୧୯୯୮ରେ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଗୁଜୁରାଟ ସରକାର ୩୩୨ ଦିନ ଧରି ଚାଲିଲା । ତେବେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବରେ ଦୀର୍ଘତମ କାମ କରିଛନ୍ତି । ସେ ୧୬ ବର୍ଷ ୨୮୬ ଦିନ ପ୍ରଧାନମନ୍ତ୍ରୀ ରହିଥିଲେ ।

୧୯୯୬ରେ ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ କମ ପ୍ରଧାନମନ୍ତ୍ରୀ ଭାବରେ କାମ କରିଛନ୍ତି ଅଟଳ ବିହାରୀ ବାଜପେୟୀଙ୍କର ଥିଲା । ସେ ଏହି ପଦବୀରେ ମାତ୍ର ୧୩ ଦିନ ରହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏବେ ୨୪ରେ ସରକାର ବଦଳିବ ନା ପୁଣି ସେହି ସରକାର ଶାସନ କ୍ଷମତାକୁ ଆସି ରେର୍କଡ କରିବ ତାହା ଉପରେ ସମସ୍ତଙ୍କ ନଜର ।