ବଢ଼ିଲା ବ୍ରିଜଭୂଷଣ ସିଂଙ୍କ ଅଡୁଆ । ଯୌନଶୋଷଣ ମାଲାରେ ଚାର୍ଜଫ୍ରେମ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ, ବିଜେପି ସାଂସଦଙ୍କ ନାଁରେ ମିଳିଲା ତଥ୍ୟ

49

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ପାଇଁ ଅଡୁଆ ବଢିଛି । ଯୌନ ନିର୍ଯ୍ୟାତନା ନେଇ ତଥ୍ୟ ମିଳିଥିବା ବେଳେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ୫ଟି ମାମଲାରେ କୋର୍ଟଙ୍କୁ ତଥ୍ୟ ମିଳିଥିବା ବେଳେ ୩୫୪ ଓ ୩୫୪ଡି ଧାରା ଅନୁଯାୟୀ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ତଥ୍ୟ ପ୍ରମାଣ ନମିଳିବାରୁ ବାକି ୬ଟି ମାମଲାକୁ ଖାରଜ କରିଛନ୍ତି କୋର୍ଟ । କୁସ୍ତି ମହାସଂଘର ମୁଖ୍ୟ ଥିବା ସମୟରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ବ୍ରିଜଭୂଷଣଙ୍କ ନାଁରେ ଆସିଥିଲା ଅଭିଯୋଗ । ଏନେଇ ପୋଲିସ ବ୍ରିଜ୍ଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା ।