ରାଜଧାନୀରେ ସରିଲା ମୋଦୀଙ୍କ ରୋଡ୍ ସୋ, ରାଜଭବନରେ ମୋଦୀ କରିବେ ରାତ୍ରୀ ଯାପନ, ସକାଳେ ନିର୍ବାଚନୀ ପ୍ରଚାର

397

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଶେଷ ହୋଇଛି । ରୋଡ ସୋ ସାରି ପ୍ରଧାନମନ୍ତ୍ରୀ ରାତ୍ରୀଯାପନ ପାଇଁ ରାଜଭବନ ଫେରିଛନ୍ତି । ଏହାସହ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ।

ରାଜ୍ୟ ବିଜେପିକୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀରେ ଏକ ବିଶାଳ ରୋଡ ସୋ କରିଛନ୍ତି । ହଜାର ହଜାର ଲୋକଙ୍କ ସମାଗମ ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି । କଡା ସୁରକ୍ଷା ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ସମାପ୍ତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗାଡିରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରହିଥିଲେ । ଏହାସହ ବିଧାୟକ ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଗାଡି ପାଖେ ପାଖେ ଚାଲିଥିଲେ । ଏସବୁ ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ବିଜେପିକୁ ବଳ ଯୋଗାଇଛି ।