ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଛି ସମୟ ମଧ୍ୟରେ କରିବେ ରୋଡ ସୋ

96

କନକ ବ୍ୟୁରୋ : ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାକୁ ଭୁବନେଶ୍ୱର ପହଂଚିଛନ୍ତି । କିଛି ସମୟ ପରେ ସେ ମାଷ୍ଟର କ୍ୟାଣ୍ଟିନରୁ ବାଣିବିହାର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରିବେ । ତାଙ୍କ ରୋଡ ସୋ ପୂର୍ବରୁ ରାଜ୍ୟ ବିଜେପି ଉତ୍ସାହିତ ହୋଇଛି । ରାଜ୍ୟ ବିଜେପି ତରଫରୁ ସମସ୍ତ ପ୍ରସ୍ତୁତି ହୋଇଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ରାସ୍ତାକୁ ସିଲ୍ କରାଯାଇଛି ।