କନକ ବ୍ୟୁରୋ: ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ । ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼ବତାସ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘରର ଛପର ଉଡିଯାଇଛି ତ କିଛି ଅଞ୍ଚଳରେ ଗଛ ଉପୁଡ଼ି ପଡିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତଥା ଆଖପାଖ ଅଂଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ବିଦ୍ୟୁତ ତାର ଛିଣ୍ଡିଯାଇଥିବା ବେଳେ କେତେକ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ସାପ୍ତାହିକ ବଜାର ରାସ୍ତା କଡରେ ଲାଗିଥିବା ଟ୍ରାନ୍ସଫରମର ଭାଙ୍ଗି ଯିବାରୁ ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଲୋକେ ଗଛ କାଟି ରାସ୍ତା ସଫା କରୁଥିବା ବେଳେ ବିଦ୍ୟୁତ ସରବରାହ ପାଇଁ ଯୁଦ୍ଦକାଳୀନ ଭିତିରେ ଲାଗି ପଡିଛି ବିଭାଗ । ଏପଟେ ମାଲକାନଗିରି ଜିଲ୍ଲାର କାଲିମେଳାର ବିଭିନ୍ନ ଅଂଚଳରେ କାଳବୈଶାଖୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାପଡ଼ିଛି । ହଠାତ୍ ଝଡ଼ତୋଫାନ ଯୋଗୁଁ କାଙ୍ଗୁରକୋଣ୍ଡା ପଂଚାୟତର ଏମପିଭି-୨୨ ଗାଁରେ ଘରର ଆଜବେଷ୍ଟସ ସବୁ ଭାଂଗି ଯାଇଛି । କିଛି ସ୍ଥାନରେ ଗଛ ଉପୁଡି ପଡ଼ିଛି । ୩ ଏକରରୁ ଅଧିକ ଜମିରେ କଦଳୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି କୋଇମେଟଲା ପଂଚାୟତ ଅନ୍ତର୍ଗତ ଏମପିଭି-୭୫ ଗାଁରେ ଆଜବେଷ୍ଟସ ଘର ଭାଂଗି ଯାଇଥିବା ଦେଖିବାକୁ ମିଳିଛି । ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ଗାଗରିମେଟଲା ଗାଁରେ ମଧ୍ୟ କିଛି ଘର ଭାଂଗିଯାଇଥିବା ଜଣାପଡିଛି ।