ବିବାଦରେ ଫସିଲେ ମଣିଶଙ୍କର ଆୟାର । କଂଗ୍ରେସର ପ୍ରଶ୍ନ, କାହିଁକି ନିର୍ବାଚନ ବେଳେ ପୁରୁଣା ଭିଡିଓକୁ ନେଇ ରାଜନୀତି କରୁଛି ବିଜେପି

100

କନକ ବ୍ୟୁରୋ : ମଣିଶଙ୍କରଙ୍କ ଆଜି ଭାଇରାଲ ହେଉଥିବା ପୁରୁଣା ଭିଡ଼ିଓରେ ପାକିସ୍ତାନ ଭାରତ ବିରୋଧରେ ଆଣବିକ ବୋମା ବ୍ୟବହାରକୁ ନେଇ ସତର୍କ କରାଇବାର ଶୁଣାଯାଉଛି । ଏଥିପାଇଁ ମୋଦି ସରକାର ପାକିସ୍ତାନ ସହ ଉତମ ସମ୍ପର୍କ ରଖିବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ମଣିଶଙ୍କରଙ୍କ ଏହି ବୟାନକୁ ନେଇ କଂଗ୍ରେସର ଦେଶବିରୋଧୀ ମତବାଦ ପୁଣିଥରେ ପ୍ରମାଣିତ ହୋଇଛି ବୋଲି କହିବାକୁ ପଛାଇ ନାହିଁ ଶାସକ ବିଜେପି । ତା ପରେ ପାକିସ୍ତାନର ଆଣବିକ ବୋମା ମୁକାବିଲା ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱର ସହାୟତା ନେଇଛି ।

ସାଧାରଣ ନିର୍ବାଚନ ସମୟରେ ନେତା ମାନଙ୍କର ଏଭଳି ବିବାଦୀୟ ବୟାନ ଯୋଗୁ ଫସୁଥିବା କଂଗ୍ରେସ ଆଜି ପୁଣିଥରେ ମଣିଶଙ୍କରଙ୍କ ବୟାନରୁ ନିଜକୁ ଦୂରେଇ ରଖିଛି । ଅନ୍ୟପକ୍ଷରେ ବିଜେପିର ବିରୋଧକୁ ମୁକାବିଲା କରିବାକୁ କଂଗ୍ରେସ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ପୁରୁଣା ଭିଡ଼ିଓକୁ ସାମ୍ନାକୁ ଆଣିଛି ।

ନିଜ ବିବାଦୀୟ ବୟାନ ଯୋଗୁ ଦୁଇ ଦିନ ତଳେ କଂଗ୍ରେସ ନେତା ସାମ୍ ପିଟ୍ରୋଡା କଂଗ୍ରେସ ଦଳକୁ ହରଡ଼ଘଣାରେ ପକାଇଥିଲେ । ଯାହା ଫଳରେ ତାଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମାତ୍ର ଗାନ୍ଧୀ ପରିବାରର ଅନୁଗତ ମଣିଶଙ୍କର ଏବେ ଦଳର କୌଣସି ପଦପଦବୀରେ ନଥିବାରୁ କଂଗ୍ରେସର ପରବର୍ତୀ ପଦକ୍ଷେପ ଉପରେ ନଜର ।