ମା’ଙ୍କ ସାମ୍ନାରେ ସବୁବେଳେ ନିର୍ଦ୍ଦୋଷ ପିଲା । ଘରକୁ ଫେରିବା ପରେ କେଜ୍ରିୱାଲଙ୍କୁ କୋଳେଇନେଲେ ମା’

254

କନକ ବ୍ୟୁରୋ : ସେ ମା’ କିଛି ନକହି ବି ଅନେକ କଥା ତାର ବ୍ୟବହାରରେ ପରିପ୍ରକାଶ କରିପାରେ । ଜାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ । ଦୀର୍ଘଦିନ ଜେଲରେ ରହି ଫେରିବା ପରେ କେଜ୍ରିୱାଲଙ୍କୁ ପାଛୋଟି ନେଇଛନ୍ତି ତାଙ୍କ ମା । ସ୍ତ୍ରୀ ସୁନିତା କେଜ୍ରିୱାଲଙ୍କ ଗଳାରେ ଫୁଳମାଳ ପକାଉଛନ୍ତି ଆଉ ମା ବନ୍ଦାପନା କରୁଛନ୍ତି । କିଏ କେଜ୍ରିୱାଲଙ୍କୁ ଚୋର କହୁଛି, ତ କିଏ ଦୁର୍ନୀତି ଖୋର । ହେଲେ ପରିବାର ଭିତରେ ସେ ସେହି କେଜ୍ରିୱାଲ ଯିଏ ସଂଘର୍ଷରୁ ସଫଳତା ହାସଲ କରିଛନ୍ତି ।

ଆଜି ସେ ଜେଲରୁ ବାହାରି ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଉଦବୋଧନ ଦେବା ପରେ ସିଧା ସଳଖ ଘରକୁ ଫେରିଛନ୍ତି । ଘରଲୋକ ମଧ୍ୟ ସେ କେଉଁ ମାମଲାରେ ଜେଲ ଯାଇଥିଲେ । ସେ ଦୋଷୀ କି ନିର୍ଦ୍ଦୋଷ ସେକଥାକୁ ପଛରେ ପକାଇ ତାଙ୍କୁ ପାଛୋଟି ନେଇଛନ୍ତି ।