ବଦଳିପାରନ୍ତି ଭାରତୀୟ କ୍ରିକେଟର ମୁଖ୍ୟ କୋଚ । ବିସିସିଆଇ ସମ୍ପାଦକ ସୂଚନା ପରେ ବଢ଼ିଲା ଆଶଙ୍କା, କୋଚ ପଦ ପାଇଁ ଖୁବ ଶିଘ୍ର ବାହରିବ ବିଜ୍ଞପ୍ତି

462

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆକୁ ମିଳିପାରେ ନୁଆ ମୁଖ୍ୟ କୋଚ୍ । ଜୁନରେ ବର୍ତମାନର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ବିସିସିଆଇ ନୂଆ ମୁଖ୍ୟ କୋଚ୍ ଖୋଜିବା ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଏନେଇ ବିଜ୍ଞାପନ ଜାରି କରିବ । ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ୨୦୨୩ ବିଶ୍ୱକପ୍ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବା ବେଳେ ଏହାକୁ ପୁଣିଥରେ ବୃଦ୍ଧି କରାଯାଇଥିଲା । ଦ୍ରାବିଡ଼ ଚାହିଁଲେ ସେ ପୁଣିଥରେ ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିପାରିବେ ବୋଲି ଜୟ ଶାହା କହିଛନ୍ତି । ପୂର୍ବତନ ଭାରତୀୟ ଓପନର୍ ଭିଭିଏସ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହେୱାଗ ମଧ୍ୟ ମୁଖ୍ୟ କୋଚ ପଦବୀ ପାଇଁ ଆବେଦନ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।