ବିରୋଧ ପରେ ଫେରିଲା ଜମି: ଟାଟା ଷ୍ଟିଲ ଇସ୍ପାତ କାରଖାନାକୁ ପ୍ରଦାନ କରାଯାଇଥିଲା ୪ହଜାର ଏକର ଜମି

159

କନକ ବ୍ୟୁରୋ: ବିରୋଧ ପରେ ଫେରିଲା ଜମି । ହେଲେ ନେଇଥିବା ଜମିର ଅଧା ଜମି ଫେରସ୍ତ ହୋଇଛି । ଗଂଜାମରେ ଇଡକୋ ପକ୍ଷରୁ ଛତ୍ରପୁର ଅଂଚଳର ପାଖାପାଖି ୪ହଜାର ଏକର ଜମି ଟାଟା ଷ୍ଟିଲ ଇସ୍ପାତ କାରଖାନାକୁ ପ୍ରଦାନ କରାଯାଇଥିଲା । କାରଖାନା କରାଯିବା ସହିତ ଲୋକଙ୍କୁ ମିଳିବ ଅନେକ ସୁବିଧା ଏନେଇ ଦିଆଯାଇଥିଲା ପ୍ରତିଶ୍ରୁତି । ହେଲେ କୌଣସି କାମ ହୋଇନଥିଲା । ପରେ ସେଠାର ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ନିଷ୍ପତି ନିଆଯାଇ ମଧ୍ୟ କୌଣସି କାମ ହୋଇପାରିଲାନି । କେବଳ ପାଚେରୀ କାମ କରିଦିଆଯାଇ ଅଧାରେ କାମ ପଡିରହିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ ପରେ ବିରୋଧ କରିଚାଲିଥିଲେ । କାରଣ ଜମି ଦେଇଥିବା ବେଳେ ୪୦ ପ୍ରତିଶତ ଲୋକଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଇନଥିଲା । ଏବେ ବିରୋଧ ପରେ ସେହି ଜମି ସବୁ ଫେରିଯାଇଛି । ହେଲେ ତାହା ଆଗଭଳି କିନ୍ତୁ ଚାଷ ଉପଯୋଗୀ ନାହିଁ । ଖାଲି ସେତିକି ନୁହଁ ପ୍ରାୟ ୭୭୧ ଏକର ଜମି ଫେରାଇବା ବଦଳରେ ମାତ୍ର ୨୦୬ଏକର ଜମି ଫେରସ୍ତ ହୋଇଛି । ଯାହାକୁ ନେଇ ଗାଁର ଲୋକମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାର ଦେଇଛନ୍ତି ଚେତାବନୀ ।