ଦୁନିଆ ଦେଖିବ ଡଙ୍ଗରିଆ ସାଲ୍: ବିଲୁପ୍ତ ହେବାକୁ ଥିବା ଏହି କନ୍ଧଙ୍କ ହାତ ତିଆରି ସାଲ ଉତ୍ପାଦନ ନେଇ ପ୍ରୟାସ ଆରମ୍ଭ

125

କନକ ବ୍ୟୁରୋ: ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ ଏବେ ବିଲୁପ୍ତ ହେବାକୁ ବସିଛି । ଆଉ ଏହାର ଅଧିକ ଉତ୍ପାଦନ ଓ ଡଙ୍ଗରିଆଙ୍କୁ ରୋଜଗାର ଦେବାକୁ ଆଗେଇ ଆସିଛି ଡିକେଡିଏ ତଥା ଡ଼ଙ୍ଗରିଆ କନ୍ଧ ଡ଼େଭଲେପମେଂଟ ଏଜେନ୍ସି ଓ ଆକ୍ସନ୍ ଏଡ ଅନୁଷ୍ଠାନ । ଡଙ୍ଗରିଆ ଯୁବକ ଯୁବତୀ ମାନଙ୍କୁ ଲୁଗାବୁଣା ତାଲିମ ଦେବା ସହ ସେମାନଙ୍କୁ ରୋଜଗାର ଯୋଗାଇଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଡଙ୍ଗରିଆ ସମ୍ପ୍ରଦାୟର ମହିଳାମାନେ ବିବାହ ଉତ୍ସବ ହେଉ କିମ୍ବା କୌଣସି ପର୍ବ ପର୍ବାଣି ି କପଡାଗୁନ୍ଦା ବୁଣା ସାଲ ବ୍ୟବହାର କରିଥାନ୍ତି । ନିଜ ହାତରେ ବିଭିନ୍ନ ପାରମ୍ପରିକ ଚିତ୍ରରେ ଡିଜାଇନ ତିଆରି କରିଥାନ୍ତି ଆଦିମ ଜନଯାତି ସମ୍ପ୍ରଦାୟ ।