ଶେଷ ହେଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ମେଣ୍ଟ କଥାକୁ ଏଡେଇ ଦେଇ ଗଲେ ଦେବୀ ମିଶ୍ର

552

କନକ ବ୍ୟୁରୋ: ଶେଷ ହେଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ଦେବୀ ମିଶ୍ର । କହିଲେ, ନିର୍ବାଚନୀ ରଣକୌଶଳ ବିଷୟରେ ଆଜି ବୈଠକରେ ଆଲୋଚନା ହୋଇଛି । ଏନେଇ ବିଭିନ୍ନ ଦଳର ପର୍ଯ୍ୟବେକ୍ଷକ ଦଳର ସୁପ୍ରିମୋଙ୍କୁ ରିପୋର୍ଟ ଦେଇଥିଲେ । ସେହିପରି ମେଣ୍ଟ ପ୍ରଶ୍ନକୁ ଏଡାଇ ଦେଇ ଯାଇଥିଲେ ଦେବୀ ମିଶ୍ର । ମେଣ୍ଟ ପ୍ରଶ୍ନର କୌଣସି ଉତ୍ତର ସେ ରଖିନଥିଲେ ।

ବିଜେପି –ବିଜେଡି ମେଣ୍ଟକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ବାରାମ୍ବାର ରାଜ୍ୟ ବିଜେପି ନେତୃତ୍ୱକୁ ଓଡିଶାକୁ ଡାକରା ଆସୁଥିଲା । ହେଲେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଥିଲା । ପ୍ରଥମେ ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି କହିଥିଲେ । ହେଲେ ପରେ ସେନିଜ ବକ୍ତବ୍ୟରୁ ୟଟଣ୍ଣର୍୍ ନେଇଥିଲେ । ଯାହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ହେଲେ ଏବେ ଯାଏଁ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ନେଇ ସ୍ଥିର ଚିତ୍ର ସାମ୍ନାକୁ ଆସିପାରିନାହିଁ ।