ଦୁର୍ଗାପୂଜା ପରେ ଏବେ ଦୋଳ ବିମାନରେ ସୁନା କାରିଗରି । କଟକରେ ପ୍ରଥମ କରି ଦୋଳ ବିମାନରେ କରାଯାଉଛି ସୁନା କାମ, ଲାଗିବ ଅଢେଇ କେଜିର ସୁନା

211

କନକ ବ୍ୟୁରୋ : ସୁନା ଚାନ୍ଦି ମେଢ ପରେ ଏବେ ସୁନାର ଦୋଳ ବିମାନ । ଏବେ ବିମାନରେ ଦେଖିବାକୁ ମିଳିବ ସୁନା କାରିଗରୀର ଝଲକ । କଟକ ଅଲିଶା ବଜାରର ତାରକସୀ କାରିଗର ପ୍ରଦୀପ କୁମାର ପୃଷ୍ଟି ଲାଗିପଡିଛନ୍ତି ସୁନା ଦୋଳ ବିମାନ କାମରେ । ଅଢେଇ କେଜି ସୁନାରେ ତିଆରି ହେଉଥିବା ଏହି ବିମାନରେ ଖଂଯା ଯାଉଛି ସୁନା । ଅତି ସୂକ୍ଷ୍ମ କାରୁକାର୍ଯ୍ୟ ସବୁ କରାଯାଉଛି । ଆଉ ଲାଗିପଡିଛନ୍ତି ୪ରୁ ୫ ଜଣ କ।।ରିଗର । ଏବେ ବିମାନର ତଳ ପାଖ କାମ ସରିଥିବା ବେଳେ ଆସନ୍ତା ବର୍ଷ ଆହୁରି ଅଧିକ ସୁନାରେ ତିଆରି ବିମାନର ଉପର ଅଂଶ ତିଆରି କରାଯିବ ।

କଟକ କାଠଗଡା ସାହି ମଦନ ମୋହନ ଜିଉ ପୂଜା କମିଟି ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ନିର୍ମାଣ କରାଯାଉଛି ସୁନାର ଦୋଳ ବିମାନ । ଆସନ୍ତା ୨୫ ତାରିଖରେ ଦୋଳ ପୁର୍ଣ୍ଣିମା ଥିବା ବେଳେ ପୂର୍ବରୁ ବିମାନ ସମ୍ପ୍ରୁ୍ଣ୍ଣ କରିବା ଲକ୍ଷ୍ୟ ରଖିିଛି କମିଟି । ମୋଟ ଅଢେଇ କିଲୋ ସୁନାର ବ୍ୟବହାର କରାଯାଇଛି । ଯାହାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ରହିଛି ।

ଚଳିତ ଦୋଳ ଯାତ୍ରାରେ କାଠଗଡା ସାହି ମଦନ ମୋହନ ଜିଉଙ୍କ ଦୋଳ ବିମାନ ଓଡ଼ିଶା ବାସୀଙ୍କ ଦୃଷ୍ଟି ଆକର୍ଷଣ ପାଲଟିବ ।