ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଆକଳନ । ହେଲେ ଦୃଶ୍ୟମାନ ହେବ ଘନ କୁହୁଡି ।

136

କନକ ବ୍ୟୁରୋ: ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଂଟାରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଆକଳନ । ହେଲେ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ ଘନ କୁହୁଡି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘନକୁହୁଡି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ ।

ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ବିଭିନ୍ନ ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ବାୟୁମଣ୍ଡଳରେ ଉପର ଭାଗରେ ପଶ୍ଚିମା ନିମ୍ନ ଚାପରେଖା ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମେଘୁଆ ପାଗ ରହିପାରେ ।