ବିଇଓଙ୍କ ନିଷ୍ପତି, ଖୋଲାମେଲା କେଶରେ ସ୍କୁଲ ଆସିବେନି ପିଲା। କେଶରେ ବାନ୍ଧିବେ ରିବନ ଫିତା।

417

କନକ ବ୍ୟୁରୋ: ଭୁବନେଶ୍ୱର ପଟିଆ ସରକାରୀ ପ୍ରାଥମିକ ସ୍କୁଲ । ଛାତ୍ରୀ ପିନ୍ଧିଛନ୍ତି ରିବନ ଫିତା । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଇଓଙ୍କ ପକ୍ଷରୁ ପିଲାଙ୍କୁ ଶୃଙ୍ଖଳିତ କରିବା ପାଇଁ ଏଭଳି ଏକ ନୂଆ ପଦକ୍ଷେପକୁ ନେଇ ଏବେ ବଢିଛି ଚର୍ଚ୍ଚା । ବିଇଓଙ୍କ ନିଷ୍ପତି ଅନୁସାରେ
-ଛାତ୍ରୀ କେଶରେ ରିବନ ଫିତା ପିନ୍ଧିବେ, ନହେଲେ ହେୟାର କ୍ଲିପ ଲଗାଇବେ
-ପ୍ରାଥମିକ ସ୍କୁଲର ଛାତ୍ରୀ ଗୋଲାପି ରିବନ ଫିତା/ ହେୟାର କ୍ଲିପ ପିନ୍ଧିବେ
-ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ଛାତ୍ରୀ ଧଳାରଙ୍ଗର ରିବନ/ ହେୟାର କ୍ଲିପ ଲଗାଇବେ
-ଛାତ୍ରମାନେ ମଧ୍ୟ ଉଭୟ କାନ ଉପରେ ଓ ପଛରେ ଛୋଟ କେଶ ରଖିବେ
ଏବେ ଏହା ପଟିଆ ସରକାରୀ ପ୍ରାଥମିକ ସ୍କୁଲ ସହ ଆଉ କିଛି ସ୍କୁଲରେ କାର୍ଯ୍ୟକାରୀ ହୋଇଛି ।

ରାଜ୍ୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ କେଉଁ ଡ୍ରେସ ପିନ୍ଧିବେ ସେ ନେଇ ଗାଇଡଲାଇନ ଅଛି । କିନ୍ତୁ ସେମାନଙ୍କ ହେୟାର କଟ, ଆଚରଣ ଓ ଉଚ୍ଚାରଣକୁ ନେଇ ଅଭିଯୋଗ ଆସିବା ପରେ ଶିକ୍ଷା ଅଧିକାରୀ ଏଭଳି ନିଷ୍ପତି ନେଇଛନ୍ତି । କୁହାଯାଉଛି, ଏହା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବ କିନ୍ତୁ କିଛି ଶିକ୍ଷାବିତ ଏହାକୁ ନାପସନ୍ଦ କରିଛନ୍ତି ।

ଆସନ୍ତା ଶିକ୍ଷାବର୍ଷରୁ ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ବ୍ଲକ ଅଧୀନ ସମସ୍ତ ସରକାରୀ ସ୍କୁଲରେ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରାଯିବ । କିନ୍ତୁ ଡ୍ରେସକୋର୍ଡ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ, କିନ୍ତୁ କଣ ବାନ୍ଧିବ ତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ । ବରଂ ବାତାବରଣ ଓ ଶିକ୍ଷାଦାନ ଠିକ ରଖିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅନେକ ମତ ଦେଇଛନ୍ତି ।