ଥମୁନି ଚାଉଳ କଳି। ଅତିରିକ୍ତ ୫ କେଜି ଚାଉଳ କଟିବା ପରେ ତାତିଲା ବିଜେଡି, ରାଜ୍ୟବ୍ୟାପୀ ୩ ଦିନିଆ ଆନ୍ଦୋଳନ ।

179

କନକ ବ୍ୟୁରୋ: ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା କରିବା ପରେ କୋଭିଡ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ କାଟି ଦିଆଯାଇଛି । ଫଳରେ ହିତାଧିକାରୀ ୧୦ କେଜି ବଦଳରେ ୫ କେଜି ଲେଖାଁ ଚାଉଳ ପାଇବେ । ବିଜେଡିର ପ୍ରଶ୍ନ, କାହିଁକି କାଟିଲ ୫ କେଜି ଚାଉଳ? ସେପଟେ ବିଜେପିର ଆହ୍ୱାନ, ଅତିରିକ୍ତ ୫ କେଜି ଚାଉଳ ଦେଉ ରାଜ୍ୟ ।

ଆଜି ପ୍ରେସମିଟ୍ କରି ପରସ୍ପର ବିରୋଧରେ ବର୍ଷିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ଦଳ । ବିଜେଡି ବିଧାୟକ ଅରୁଣ ସାହୁ ପ୍ରେସମିଟ୍ କରି କେନ୍ଦ୍ର ଅବହେଳା ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଅତିରିକ୍ତ ୫ କେଜି ଚାଉଳ କାଟିଥିବା ପ୍ରତିବାଦରେ ଦିନିଆ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ।

ସେପଟେ ବିଜେପି କହିଛି, କେଭିଡ ସମୟରେ ଦିଆଯାଉଥିବା ରିଲିଫକୁ ନେଇ ରାଜନୀତି କରାନଯାଉ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରୁ ନଜର ହଟାଇବା ପାଇଁ ନାଟକ କରୁଛି ବିଜେଡି । ଆଇନ ଶଙ୍ଖଳାକୁ ପ୍ରସଙ୍ଗ କରି ୧୪, ୧୫, ୧୬ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଜିଲ୍ଲା ମୁଖ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ।