ଭୂତ ଖାଉଛି ଭତ୍ତା ଟଙ୍କା । ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି ମୃତକ, ପ୍ରତି ମାସରେ ମିଳୁଛି ଭତ୍ତା

ଉଦଳା ଗୋପବନ୍ଧୁ ନଗର ୮ଟି ପଞ୍ଚାୟତରେ ମୃତ ହିତାଧିକାରୀଙ୍କୁ ମିଳୁଛି ସୁବିଧା

65

କନକ ବ୍ୟୁରୋ: ନାହାନ୍ତି ହିତାଧିକାରୀ , ହେଲେ ସରକାରୀ ଯୋଜନାରେ ହୋଇଛନ୍ତି ସାମିଲ । ଆଉ ସେମାନଙ୍କ ନାଁରେ ଆସୁଛି ଟଙ୍କା । ଦୀର୍ଘ ମାସ ହେଲା କିଛି ମୃତ ହିତାଧିକାରୀଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା । ଏହି ଘଟଣା ଆଶ୍ଚର୍ଯ ଲାଗୁଥିଲେ ବି ସତ । ତଦନ୍ତ ସମୟରେ ଉଦଳା ଗୋପବନ୍ଧୁ ନଗର ବ୍ଳକର ୮ଟି ପଞ୍ଚାୟତରେ ଏହି ଘଟଣା ପଦାକୁ ଆସିଥିଲା । ପ୍ରକୃତ ହିତାଧିକାରୀ ମାନଙ୍କୁ ଭତ୍ତା ମିଳୁନଥିବାବେଳେ ଏଠି ଭୂତ ଖାଉଛି ଟଙ୍କା । କିଛି ମୃତ ଲୋକଙ୍କ ନାଁକୁ ସରକାରୀ ଯୋଜନାରେ ସାମିଲ କରାଯାଇଛି । ଆଉ ଭତ୍ତା ତାଲିକା ଅନ୍ତର୍ଭୁକ୍ତ ହୋଇ ଆସୁଛି ଟଙ୍କା । ସାନଖୁଣ୍ଟା ପଞ୍ଚାୟତର ୨ ହିତାଧିକାରୀଙ୍କ ମୃତ୍ୟୁ ହୋଇସାରିଥିଲେ ବି ଭତ୍ତା ଟଙ୍କା ମିଳିଥିବା ଦସ୍ତାବିଜରେ ରହିଛି । ସେହିଭଳି ଆରପଟାରୁ ନେଇ ବରଡିହି, କୁଆମରା, ପଶୁଦା, ପୁରୁଣାବାରିପଦା ଆଦି ଅଞ୍ଚଳରେ କିଛି ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେମାନଙ୍କ ନାଁରେ ରୀତିମତ ଟଙ୍କା ଆସୁଛି । ଆଉ ଏହି ଭତ୍ତା ଟଙ୍କା ସମ୍ପର୍କରେ ମୃତକଙ୍କ ପରିବାରଙ୍କୁ ମଧ୍ୟ କିଛି ଜଣାନାହିଁ । ତେବେ ମାସକୁ ମାସ ଏମାନଙ୍କ ନାଁରେ ଟଙ୍କା ଆସୁଥିବା ଅଡିଟ ରିପୋର୍ଟରେ ସ୍ପଷ୍ଟ ହୋଇଛି ।