ବୃତ୍ତି ପାଇବାରୁ ବଞ୍ଚିତ ଛାତ୍ରୀ । କଟକ ନିଆଳି ବ୍ଲକରେ ଶିକ୍ଷା ବିଭାଗର ଚଞ୍ଚକତା ଅଭିଯୋଗ

74

କନକ ବ୍ୟୁରୋ: ବୃତ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ତୃତୀୟ ଶ୍ରେଣୀର ଛାତ୍ରୀ । ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି ଛାତ୍ରୀ ଜଣକ । କଟକ ନିଆଳି ବ୍ଲକରେ ଶିକ୍ଷା ବିଭାଗର ଚଞ୍ଚକତା ନେଇ ସେ ଅଭିଯୋଗ ଆଣିଛନ୍ତି । ବୃତ୍ତି ପରୀକ୍ଷା ଖାତାକୁ ଉଦ୍ଦେଶ୍ୟମୂଳକ ଭାବେ ଟାମ୍ପରିଂ କରାଯାଇ ତୃତୀୟ ଶ୍ରେଣୀ ଛାତ୍ରୀ ଏସ୍.ଏସ୍ ଅଙ୍କିତାଙ୍କୁ ବୃତ୍ତିରୁ ବଞ୍ଚିତ କରାଯାଇଛି । ବୃତ୍ତି ପରୀକ୍ଷାରେ ଉତୀର୍ଣ୍ଣ ହାଇଥିଲେ ବି ଶେଷ ମୁହୁର୍ତରେ ଛାତ୍ରୀ ଜଣଙ୍କୁ ବାଦ୍ ଦେଇ ଫଳ ପ୍ରକାଶ କରିଛନ୍ତି ଶିକ୍ଷାଧିକାରୀ ।

ସରସ୍ୱତୀ ଶିଶୂ ମନ୍ଦିର ତୃତୀୟ ଶ୍ରେଣୀର ଛାତ୍ରୀ ଅଙ୍କିତାଙ୍କୁ ବିଦ୍ୟାଳୟ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କୁହାଯାଇଥିଲା । ଏପରିକି ବ୍ଳକ ଶିକ୍ଷାଧିକାରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଚିଠି ମଧ୍ୟ କରିଥିଲେ । ମାତ୍ର ଏହାରି ଭିତରେ ଟାମ୍ପରିଂ କରାଯାଇ ଅଙ୍କିତାଙ୍କ ରେଜଲ୍ଟକୁ ବାଦ ଦିଆଯାଇଛି । ବୃତ୍ତିରୁ ବାଦପଡ଼ିଥିବା ନ୍ୟାୟ ପାଇଁ ତାଙ୍କ ପରିବାର ଅନୁରୋଧ କରିଛନ୍ତି । ସେହିଭଳି ଟାମ୍ପରିଂ କରାଯାଇଥିବା ଘଟଣାକୁ ବ୍ଳକ ସହକାରୀ ଶିକ୍ଷାଅଧିକାରୀ ସ୍ୱୀକାର କରିଛନ୍ତି । ତଦନ୍ତ କରାଯିବା ପରେ ଘଟଣା ପଦାକୁ ଆସିବ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।