ବିଶ୍ୱର ସବୁଠୁ ଦାମୀ ତକିଆ, ଦାମୀ ଶୁଣିଲେ ତାଜୁବ ହୋଇଯିବେ । ନିଦ୍ରାହିନତା ରୋଗୀଙ୍କ ପାଇଁ ହେବ ସହାୟକ

226

କନକ ବ୍ୟୁରୋ: ମୁଣ୍ଡ ତଳେ ଖଣ୍ଡେ ଚାଖଣ୍ଡେ ତକିଆ ହୋଇଗଲେ ଚଳିଗଲା । ହେଲେ ଏହି ତକିଆ ଯେ ଏତେ ଦାମୀ ହୋଇଥିବ, ସହଜରେ ବିଶ୍ୱାସ କରିହୁଏନା । ହେଲେ ଏହା ସତ । ନେଦରଲ୍ୟାଣ୍ଡର ଜଣେ ସର୍ଭିକାଲ ସ୍ପେଶାଲିଷ୍ଟ ତଥା ଡିଜାଇନର ଦିସ୍ ଭାନ୍ ଡେର୍ ହିଲଷ୍ଟ୍ ପ୍ରସ୍ତୁତ କରିଛନ୍ତିି ବିଶ୍ୱର ସବୁଠୁ ଦାମୀ ତକିଆ । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୪୫ ଲକ୍ଷ ।

ଏହାକୁ ବିଶ୍ୱର ସବୁଠୁ ଦାମୀ ତକିଆ ବୋଲି କୁହାଯାଉଛି । ଏହି ତକିଆ ପାଇଁ ସ୍ୱତନ୍ତ୍ର ସାମଗ୍ରୀ ସବୁ ଲାଗିଛି । ଏଥିରେ ଇଜିପ୍ଟର କପା, ମଲବରି ସିଲ୍କ, ଓ ନେଦରଲ୍ୟାଣ୍ଡର ମେମୋରୀ ଫୋମ୍ ବ୍ୟବହାର କରାଯାଇଛି । ଖାଲି ଏତିକି ନୁହେଁ ଏଥିରେ ୨୪ କ୍ୟାରେଟ୍ ସୁନା , ହୀରା ଓ ସାଫାୟାର ମଧ୍ୟ ବ୍ୟବହାର କରାଯାଇଛି । ଏହି ସ୍ୱତନ୍ତ୍ର ତକିଆକୁ ପ୍ରସ୍ତୁତ କରିବାକୁ ହିଲଷ୍ଟଙ୍କୁ ୧୫ ବର୍ଷ ସମୟ ଲାଗିଥିବା ଜଣାପଡିଛି ।

ରୋବୋଟିକ୍ ମିଲିଙ୍ଗ ମେସିନରେ ପ୍ରସ୍ତୁତ କରାଯାଇଥିବା କପାକୁ ଏହି ତକିଆରେ ବ୍ୟବହାର କରାଯାଇଛି । ତେବେ ଏହି ତକିଆ ଏକ ପ୍ରକାର ରୋଗୀଙ୍କ ପାଇଁ ଲଭାପ୍ରଦ । ନିଦ୍ରାହୀନତା ସମସ୍ୟା ଭେଗୁଥିବା ଲୋକମାନଙ୍କ ପାଇଁ ଏହି ତକିଆ ବିଶେଷ ସାୟକ ହେବ ବୋଲି ହିଲଷ୍ଟ କହିଛନ୍ତି ।