ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି କଲେରା ସ୍ଥିତି । ଆରଏମସି କମିଶନରଙ୍କ ସୂଚନା ।

63

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କଲେରା । ଆରଏମ୍ସି କମିଶନର କହିଛନ୍ତି, ଏବେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ବିଭିନ୍ନ ହସ୍ପିଟାଲରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୫ ଶହ ପାଣି ନମୁନା ପରୀକ୍ଷା ପାଇଁ ପଠାଯାଉଛି । ଲୋକଙ୍କୁ ସଚେତନ କରିବା ପାଇଁ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଯାଉଛି ।

ରାଉରକେଲାରେ ୧୪ଟି ହସ୍ପଟ୍ ଥିଲା । ଏବେ ଏହି ସଂଖ୍ୟା ହ୍ରାସ ପାଇଥିବା କହିଛନ୍ତି ଆରଏମ୍ସି କମିଶନର । ସେହିପରି ଯେଉଁ ସ୍ଥାନରେ ପାଇପ୍ ଫାଟିବା ଅଭିଯୋଗ ଆସୁଛି, ତୁରନ୍ତ ମରାମତି କରାଯାଉଛି । ଦିନ ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ସ୍ଥିତି ଫେରିବା ନେଇ ସେ ଆଶାବାଦୀ ଅଛନ୍ତି ।