ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।

160

କନକ ବ୍ୟୁରୋ: ଉଦୟପୁର ବେଳାଭୂମିିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତି ପରେ ବନପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକ । ସୂଚନା ଅନୁସାରେ ୨୦୨୧ ଫେବୃଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦୟପୁର ବେଳାଭୁମିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ନୂଆ ଆଶା ସଂଚାର ହୋଇଥିଲା ।

ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀ ଘୋଷଣା ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ସ୍ଥାନୀୟ ଲୋକ । କିନ୍ତୁ ଚଳିତ ବର୍ଷ ପିକନିକ୍ ରୁତୁ ଆରମ୍ଭରୁ ବନ ବିଭାଗର ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ସ୍ଥନୀୟ ବାସିନ୍ଦା ।