ମୁହଁ ଖୋଲିଲେ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଲୋକୋ ପାଇଲଟଙ୍କ ବାପା : କହିଲେ, ପୁଅର ରହିଛି ବହୁ ଦିନର ଟ୍ରେନ୍ ଚଳାଇବାର ଅଭିଜ୍ଞତା; ନାହିଁ କୌଣସି ଦୋଷ 

3,387

କନକ ବ୍ୟୁରୋ : ବାହାନଗା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତି, ବାପା ବିଷ୍ଣୁ ଚରଣ ମହାନ୍ତି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି, ତାଙ୍କ ପୁଅ କେବେ ଭୁଲ କରିପାରିବନି । ତାର ଅନେକ ଅଭିଜ୍ଞତା ରହିଛି । ଦୀର୍ଘ ବର୍ଷ ହେଲା ଟ୍ରେନ୍ ଚଳାଇ ଆସୁଛି । ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ସିଗନାଲ ସମସ୍ୟା ଓ ଷ୍ଟେସନ ମ୍ୟାନେଜରଙ୍କ ଭୁଲ ପାଇଁ ହୁଏତ ଏତେ ବଡ ଦୁର୍ଘଟଣା ଘଟି ଥାଇପାରେ । ତାଙ୍କ ପୁଅ ନିର୍ଦ୍ଦୋଷ ।  ବିଷ୍ଣୁ ଚରଣ ମହାନ୍ତି, ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ରେଳ ଦୁର୍ଘଟଣା ପରେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ଭୂମିକା, ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ଲୋକୋ ପାଇଲଟଙ୍କୁ କେହି କେହି ମୁଖ୍ୟ ଦୋଷୀ ବୋଲି ବି କହୁଥିଲେ ।