ଧରାପଡ଼ିଲା ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କ କଳା କାରନାମା: ମିଛ ବିଲ୍ କରି ଉଠା ଯାଉଥିଲା ଟଙ୍କା, ବାସ୍ତବରେ ହେଉନଥିଲା କାମ 

247

କନକ ବ୍ୟୁରୋ: କ୍ଷୁଦ୍ର ଜଳସେଚନ ବିଭାଗରେ କାମ କରୁଥିବା ଭଞ୍ଜନଗରର ସହକାରୀ ଯନ୍ତ୍ରୀ  କାର୍ତ୍ତିକେଶ୍ୱର ରାଉଳଙ୍କୁ ଯେତେବେଳେ ଭିଜିଲାନ୍ସ ଗିରଫ କଲା , ତାଙ୍କ ଘରେ ରଖାଯାଇଥିବା ଟଙ୍କା ଦେଖି ଭିଜିଲାନ୍ସ ଅଧିକରୀମାନେ କାବା ହୋଇଗଲେ । ଆଉ ସେହି ଦୃଶ୍ୟ ଟିଭି ଓ ଖବରକାଗଜରେ ଦେଖିବା ପରେ ଓଡିଶାବାସୀ ବି ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିଲା  ଏତେ ଟଙ୍କା ଏମାନେ ଆଣୁଛନ୍ତି କୁଆଡୁ ?

ଭଞ୍ଜନଗରର ପଥରା ଅଂଚଳରେ  ପ୍ରାୟ ୩୦ ବର୍ଷ ଧରି ଜଳସେଚନ କରିଆସୁଥିବା ଏ ହେଉଛି ସମାପଲି ଆନିକଟ ।  ଆଖପାଖ ଅଂଚଳରେ  ଚାଷୀଙ୍କୁ  ଜଳ ଯୋଗାଇବା ପାଇଁ ଉର୍ଦ୍ଦିଷ୍ଟ ଏହି ଆନିକଟର ମରାମତି ଓ  ସଂପ୍ରସାରଣ ପାଇଁ  କାମ ଆରମ୍ଭ କଲେ ସରକାର । ଆଉ ସହକାରୀ ଯନ୍ତ୍ରୀ ଥିଲେ କାର୍ତ୍ତିକେଶ୍ୱର ରାଉଳ । କାମ ହେଲା କିନ୍ତୁ କାଗଜକଲମରେ ହେଲା । ଡିସେମ୍ବର ୨୦୨୦ରେ ଏହି ଆନିକଟ ପାଇଁ ଟେଣ୍ଡର ଦିଆଯାଇଥିବାର ଚିଠି । ଏଥିରେ ଉଲ୍ଲେଖ କରାଯାଇଛି ଏହି କାମ ପାଇଁ ୨୮ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟବରାଦ କରାଗଲା ।

ସମାପଲି ଆନିକଟ ପାଇଁ ପୁଣି ୮ ଲକ୍ଷ ୮୬ ହଜାର ଟଙ୍କା ଖର୍ଚ ପାଇଁ ମଞ୍ଜୁରୀ ମିଳିଲା । ଆଉ କାମ ସାରିଦେଇଛନ୍ତି କହି ୮ ଲକ୍ଷ ୪୧ ହଜାର ଟଙ୍କା ଉଠାଇନେଲେ  ଠିକାଦାର ।

ଆନିକଟର ବାସ୍ତବ ଚିତ୍ର, ଯେଉଁଠି କିଛି କାମ ହୋଇନାହିଁ କହିଲେ ଭୁଲ ହେବନାହିଁ । କିନ୍ତୁ ଏହାର ମରାମତି କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଠାଯାଉଛି  । ଏ ହେଉଛି ଏକ ଉଦାହରଣ ମାତ୍ର । କାର୍ତ୍ତିକେଶ୍ୱର ରାଉଳଙ୍କ ଦାୟିତ୍ୱରେ କାମରେ କେମିତି ଲୁଟ ହୁଏ ଇ ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ ।

ସମାପଲି ଆନିକଟର କାହାଣୀ ଦର୍ଶାଉଛି କାର୍ତ୍ତିକେଶ୍ୱରଙ୍କ ଭଳି ଲୋକ କେମିିତି ଗ୍ରାମୀଣ ଆଉ ଉପାନ୍ତ ଇଲାକାରେ ଦୁର୍ନୀତି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨ କୋଟି ଟଙ୍କା ନଗଦ ମିଳିିଥିବାବେଳେ ପତ୍ନୀଙ୍କ ଭଉଣୀ ଘରୁ ଏକ କୋଟି ୪୧ ଲକ୍ଷ ଟଙ୍କା ମିଳିଛି ।